ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗହମ ମୂଲ୍ୟ ବୃଦ୍ଧିରେ ସର୍ବକାଳୀନ ରେକର୍ଡ, ଆଗକୁ ଆହୁରି ମହଙ୍ଗା ହେବ ଅଟା

ନୂଆଦିଲ୍ଲୀ : ଦେଶରେ ଏବେ ଗହମ ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଜାନୁଆରୀରେ ଚାହିଦାକୁ ଦୃଷ୍ଟିରେ ରଖି ସରକାର ଯୋଗାଣକୁ ବଜାୟ ରଖିବା ସହ ମୂଲ୍ୟ ଉପରେ ନିୟନ୍ତ୍ରଣ ରଖିବା ପାଇଁ ଖୋଲା ବଜାରରେ ଗହମ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏହା କରି ନଥିବା ଯୋଗୁ ଦେଶରେ ଗହମ ମୂଲ୍ୟରେ ବୃଦ୍ଧି ଦେଖାଦେଇଛି। ଏପରିକି ବଜାରରେ ଏବେ ଗହମ ମୂଲ୍ୟ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଟପିଯାଇଛି। ଏହାଫଳରେ ବଜାରରେ ଆହୁରି ମହଙ୍ଗା ହେବ ଅଟା। ଏଠାରେ ସୂଚନାଯୋଗ୍ୟ ଯେ, ବିଗତ ୧୦ ମାସରେ ଅଟା ମୂଲ୍ୟ ୪୦% ବୃଦ୍ଧି ହେଲାଣି। ଇତିମଧ୍ୟରେ ଗହମ ମୂଲ୍ୟ ପୂର୍ବବର୍ଷ ତୁଳନାରେ ୧୬% ବୃଦ୍ଧି ଘଟିଛି।

ଅପରପକ୍ଷେ କେବଳ ଜାନୁଆରୀରେ ଗହମ ମୂଲ୍ୟରେ ୭ ପ୍ରତିଶତ ବୃଦ୍ଧି ଘଟିଲାଣି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଗହମ ମୂଲ୍ୟରେ ୨ ପ୍ରତିଶତ ବୃଦ୍ଧି ଘଟି ଏହା ଟନ୍ ପିଛା ୩୧,୫୦୮ ଟଙ୍କାରେ ପହଞ୍ଚି ନୂଆ ରେକର୍ଡ ପ୍ରତିଷ୍ଠା ହୋଇଛି। ଏଡାଛଡା କେବଳ ଜାନୁଆରୀରେ ଗହମ ମୂଲ୍ୟରେ ୭ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୨ରେ ଗହମ ମୂଲ୍ୟରେ ୩୭ପ୍ରତିଶତ ବୃଦ୍ଧି ଘଟିଥିଲା। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ସରକାର ୧୫ ଦିନ ମଧ୍ୟରେ ବଜାରକୁ ଗହମର ଷ୍ଟକ୍ ନଛାଡନ୍ତି ନାହିଁ, ତେବେ ଗହମ ମୂଲ୍ୟରେ ୫ ରୁ ୬ ପ୍ରତିଶତ ବୃଦ୍ଧି ହୋଇପାରେ। ସରକାର ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିଦେଇଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ପରେ, ଏଫସିଆଇର ଗୋଦାମରେ ୧୧୩ ଲକ୍ଷ ଟନ୍ ଗହମ ଷ୍ଟକ୍ ରହିବ, ଯାହା ୭୪ ଲକ୍ଷ ଟନ୍ ବଫର ଷ୍ଟକ୍ ସୀମାଠାରୁ ଅଧିକ। ସରକାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ସାରିଛନ୍ତି, ତଥାପି ଏହାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗହମର ନୂତନ ଷ୍ଟକ୍ ମାର୍ଚ୍ଚ-ଏପ୍ରିଲରେ ବଜାରରେ ପହଞ୍ଚିବ ବୋଲି ଆଶା କରାଯାଉଛି ଯାହା ପରେ ମୂଲ୍ୟ କମିପାରେ। ଆଶା କରାଯାଉଥିଲା ଯେ ସରକାର ଏହାର ଭଣ୍ଡାରରୁ ଷ୍ଟକ୍ ମୁକ୍ତ କରିବେ, କିନ୍ତୁ ଏ ପର୍ଯ୍ୟନ୍ତ ତାହା ହୋଇନାହିଁ। ଗହମ ଏବଂ ଅଟା ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ପରେ ଅଟା ମିଲ୍‌ ମାଲିକମାନେ ଖୋଲା ବଜାର ବିକ୍ରୟ ଯୋଜନା ଅଧୀନରେ ଗହମ ଉପଲବ୍ଧ କରିବାକୁ ସରକାରଙ୍କ ନିକଟରେ ଦାବି କରୁଛନ୍ତି।

ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ଏକ ବର୍ଷ ମଧ୍ୟରେ ଗହମ ଏବଂ ମଇଦା ମୂଲ୍ୟର ଗତିବିଧିକୁ ଦେଖିଲେ ଜଣାପଡିବ ଯେ, ୨୦୨୨ ଏପ୍ରିଲ୍ ପହିଲାରେ ଗହମର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୨୨ ଟଙ୍କା , ଯାହା ଚଳିତମାସ ୨୩ ରେ କିଲୋଗ୍ରାମ ପିଛା ୨୮ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଗହମ ମୂଲ୍ୟରେ ୨୭ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ଏଥିଯୋଗୁ ୧୦ ମାସରୁ କମ୍ ସମୟ ମଧ୍ୟରେ ଅଟା ଦର ୪୦ ପ୍ରତିଶତ ବୃଦ୍ଧି ହୋଇଛି । ଅଟା ଦର ବୃଦ୍ଧି ଯୋଗୁ ଥାଳିରେ ରୁଟି ମହଙ୍ଗା ହୋଇଛି। ଫଳତଃ ବଜାରରେ ଗହମରୁ ପ୍ରସ୍ତୁତ ସାମଗ୍ରୀ ମଇଦା, ସୁଜି ଏବଂ ବିସ୍କୁଟ ଦର ବଢ଼ିଛି।

Leave A Reply

Your email address will not be published.