ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ଯୋବ୍ରା ଆନିକଟରେ ୩ ଯୁବକ ଭାସିଯିବା ଘଟଣା, ୩୬ ଘଣ୍ଟା ପରେ ମିଳିଲା ଆଉ ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ

କଟକ : ମହାନଦୀ ଯୋବ୍ରା ବ୍ୟାରେଜ ନିକଟକୁ ଗାଧୋଇବାକୁ ଯାଇ ରବିବାର ନିଖୋଜ ହୋଇଯାଇଥିବା ତିନି ଜଣ ନାବାଳକଙ୍କ ମୃତଦେହ କରାଯାଇଛି। ରବିବାର ଜଣେ ନାବାଳକର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗତକାଲି ଜଣେ ନାବାଳକ ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ସକାଳେ ଗୁରୁଦ୍ୱାର ନିକଟରୁ ଆଉ ଜଣେ ନାବାଳର ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ମିଳିଛି ସିଦ୍ଧିକ ଖାନଙ୍କ ମୃତଦେହ । ଗତକାଲି ଆୟୁରର ମୃତଦେହ ଉଦ୍ଧାର ହୋଇଥିଲା । ମହାନଦୀରେ ଭାସିଯିବା ପରେ ସମସ୍ତଙ୍କ ୩ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଖବର ଅନୁଯାୟୀ, ଗତ ରବିବାର ମହାନଦୀରେ ଗାଧୋଇବାକୁ ଯାଇ ଯୋବ୍ରା ନିକଟରେ ବୁଡି ଯାଇଥିଲେ ୩ ଛାତ୍ର । ଏଥିରୁ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଜଣକୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ଚୂନ ଭାଟି ଚାରି ଘରିଆର ସାହିଲ ଖାନ୍ । ସେହିପରି ଆଉ ନିଖୋଜ ଥିବା ଅନ୍ୟ ୨ ଜଣ (ମହମ୍ମଦ୍ ସିଦ୍ଦିକ୍ ଓ ଆୟୁର ଖାନ୍‌)ଙ୍କୁ ଖୋଜୁଥିଲା ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ । ସୋମବାର ଦିନ ଅପରାହ୍ନ ସମୟରେ ଆୟୁର ଖାନ୍‌ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆଉ ମଙ୍ଗଳବାର ଦିନ ନିଖୋଜ ଥିବା ସିଦ୍ଦିକ୍‌ ଖାନ୍‌ର ମୃତଦେହକୁ ଉଦ୍ଧାର ହୋଇଛି ।

Leave A Reply

Your email address will not be published.