ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ବଦଳିଯିବ ଏହି ସବୁ ନିୟମ: ଏଲ୍‌ପିଜି ଦରଠାରୁ ପିଏମ୍‌ କିଷାନ ସବୁଥିରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ଜୁଲାଇ ମାସ ଶେଷ ହୋଇଥିବାବେଳେ ସୋମବାରଠାରୁ ଆରମ୍ଭ ହେଉଛି ଅଗଷ୍ଟ ମାସ। ଏହି ନୂଆ ମାସରୁ ଏଥର ବହୁତ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିବାକୁ ଯାଉଛି। ଏସବୁ ପରିବର୍ତ୍ତନ ଯାହା ଆପଣଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ ଏଲପିଜି ମୂଲ୍ୟ, ବ୍ୟାଙ୍କିଙ୍ଗ ସିଷ୍ଟମ, ଆଇଟିଆର, ପିଏମ୍‌ କିଷାନ, ପିଏମ ଫସଲ ବୀମା ଯୋଜନା ଆଦି ରହିଛି। ତେବେ ଅଗଷ୍ଟ ପହିଲାରୁ ଯେଉଁ ସବୁ ନିୟମ ପରିବର୍ତ୍ତନ ହେଉଛି ସେଗୁଡିକ ହେଲା…

ବ୍ୟାଙ୍କ ଅଫ୍ ବରୋଦା ଚେକ୍‌ରେ ପେମେଣ୍ଟ ନିୟମ ବଦଳାଇଲା
ଯଦି ଆପଣଙ୍କର ବ୍ୟାଙ୍କ ଅଫ୍ ବରୋଦା (ବିଓବି)ରେ ଏକ ଆକାଉଣ୍ଟ ଅଛି, ଧ୍ୟାତେବେ ନ ଦିଅନ୍ତୁ ଯେ ଅଗଷ୍ଟ ପହିଲାରୁ ଏହାର ଚେକ୍ ଦ୍ୱାରା ପେମେଣ୍ଟ ଦେବାର ନିୟମ ବଦଳିଯିବ। ବ୍ୟାଙ୍କ ଅଫ୍ ବରୋଦା ନିମନ୍ତେ ଆରବିଆଇ ଏକ ଗାଇଡ୍ ଲାଇନ୍ ଜାରି କରିଥିଲା। ସେହି ଅନୁଯାୟୀ, ୫ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ପରିମାଣର ଚେକ୍ ପାଇଁ ପଜିଟିଭ୍ ପେ ସିଷ୍ଟମ ଲାଗୁ କରାଯାଇଛି। ଏହା ଅଧୀନରେ ବ୍ୟାଙ୍କକୁ ଏସ୍‌ଏମ୍‌ଏସ୍‌, ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଚେକ୍ ସମ୍ବନ୍ଧୀୟ ସୂଚନା ଦେବାକୁ ପଡିବ।

ପିଏମ୍‌ କିଷାନ ପାଇଁ କେୱାଇସି ନିୟମ ପରିବର୍ତ୍ତନ
ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନାର କେୱାଇସି ପାଇଁ ଆପଣଙ୍କୁ ଜୁଲାଇ ୩୧ ଯାଏ ମହଲତ ଦିଆଯାଇଥିଲା। ଅଗଷ୍ଟ ପହିଲାଠାରୁ କୃଷକମାନେ କେୱାଇସି ଦେଇପାରିବେନାହିଁ। କୃଷକମାନେ ସେମାନଙ୍କର ନିକଟତମ ଜନ ସେବା କେନ୍ଦ୍ର (ସିଏସ୍‌ସି) ଯାଇ ଇ-କେୱାଇସି ମଧ୍ୟ କରିପାରିବେ। ଏହା ବ୍ୟତୀତ ଘରେ ବସିଥିବା ପିଏମ କିଷାନର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଇ-କେୱାଇସି ଅନଲାଇନରେ କରାଯାଇପାରିବ। ଆସନ୍ତୁ ଜାଣିବା ଯେ କୃଷକଙ୍କ ସୁବିଧା ପାଇଁ ଇ-କେୱାଇସିର ଶେଷ ତାରିଖ ବଢ଼ାଇବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଇ- କେୱାଇସି ପାଇଁ ଶେଷ ତାରିଖ ଜୁଲାଇ ୩୧କୁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ, ଇ- କେୱାଇସି ପରିଚାଳନା ପାଇଁ ଶେଷ ତାରିଖ ମେ ୩୧ ରହିଥିଲା।

ପ୍ରଧାନମନ୍ତ୍ରୀଙ୍କ ଫସଲ ବୀମା ଯୋଜନା ପାଇଁ ପଞ୍ଜୀକରଣ
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ)ର ଲାଭ ଉଠାଇବାକୁ ହେଲେ ଆପଣଙ୍କର ଫସଲକୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ବୀମାଭୁକ୍ତ କରିବାକୁ ପଡିବ। ପଞ୍ଜୀକରଣ ପାଇଁ ଏଥÒଲାଗି ଶେଷ ତାରିଖ ହେଉଛି ୩୧ ଜୁଲାଇ। ଏହାପରେ କୌଣସି ପଞ୍ଜୀକରଣ ହେବ ନାହିଁ ଏବଂ ଆପଣ ଏହି ଯୋଜନାରୁ ବଞ୍ଚିତ ହୋଇପାରନ୍ତି।

ଏଲ୍‌ପିଜି ମୂଲ୍ୟ ପରିବର୍ତ୍ତନ ହୋଇପାରେ
ଏଲ୍‌ପିଜି ସିଲିଣ୍ଡର ଦର ପ୍ରତ୍ୟେକ ମାସର ପହିଲାରେ ବଦଳିଥାଏ। ଏଭଳି ପରିସ୍ଥିତିରେ ଅଗଷ୍ଟ ପହିଲାରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା। ଏଥର କମ୍ପାନୀଗୁଡିକ ଉଭୟ ଘରୋଇ ଏବଂ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିପାରନ୍ତି। ଗତଥର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଶସ୍ତା ହୋଇଥିବାବେଳେ ଘରୋଇ ଗ୍ୟାସ ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଆଜି ପୁଣି କମର୍ସିଆଲ ଏଲପିଜିରେ ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି । ଆଜିଠୁ ୩୬ ଟଙ୍କା କମିଛି କମର୍ସିଆଲ ଏଲ୍‌ପିଜି ଦର । ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦର ଏବେ ୧୯୭୬ ଟଙ୍କା ।

ରିଟର୍ଣ୍ଣ ଦାଖଲ କରି ନ ଥିଲେ ଜରିମାନା
ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି, ତେବେ ଅଗଷ୍ଟ ପହିଲାଠାରୁ ଆପଣଙ୍କୁ ଏଥିପାଇଁ ଜରିମାନା ଦେବାକୁ ପଡିବ ଜୁଲାଇ ୩୧ ପରେ ରିଟର୍ଣ୍ଣ ଦାଖଲ ପାଇଁ ବିଳମ୍ବ ଶୁଳ୍କ ଦେବାକୁ ପଡିବ।

Leave A Reply

Your email address will not be published.