ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂଜା ପାଇଁ ଆସନ୍ତା ୨୦ ତାରିଖ ପର୍ଯ୍ଯନ୍ତ ସମସ୍ତ ସ୍କୁଲ ଛୁଟି

ଭୁବନେଶ୍ୱର: ଅକ୍ଟୋବର ୧୦ରୁ ୨୦ ତାରିଖ ପର୍ଯ୍ଯନ୍ତ ରାଜ୍ୟରେ ସବୁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି ଅର୍ଥାତ ଶନିବାର କ୍ଲାସ ଶେଷ ପରେ ଅକ୍ଟୋବର ୨୦ ତାରିଖ ଯାଏଁ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । ଦୂର୍ଗାପୂଜା, କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ୨୧ ତାରିଖରେ କୋଭିଡ୍ କଟକଣା ଏସଓପି ଅନୁଯାୟୀ ସ୍କୁଲ୍ ଖୋଲିବ । ପୂର୍ବଭଳି ନବମ, ଦଶମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ । କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ପ୍ରଧାନଶିକ୍ଷକ ପଦକ୍ଷେପ ନେବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.