ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆବର୍ଷରୁ ଆରଟିଓରେ ହେବ ନୂଆ ସଂସ୍କାର: ଏଣିକି ଅଫଲାଇନ ନୁହେଁ, ଅନଲାଇନରେ ହେବ ‘ଆରଟିଓ’ର ସମସ୍ତ କାର୍ଯ୍ୟ

ଭୁବନେଶ୍ବର: ନୂଆବର୍ଷରୁ ଆରଟିଓରେ ହେବ ନୂଆ ସଂସ୍କାର । ମିଡିଲ୍ ମ୍ୟାନ ବା ଦଲାଲ ମୁକ୍ତ ହେବ ଆରଟିଓ । ଏଣିକି ଅଫଲାଇନ ନୁହେଁ, ଅନଲାଇନରେ ହେବ ଡିଏଲ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍‌ ଭଳି ସବୁ କାମ । ଆଉ ଲାଗିବନି ଲମ୍ବା ଲାଇନ୍‌। ଘରେ ବସି ଗୋଟିଏ କ୍ଳିକ୍‌ରେ କରିପାରିବେ ଆବେଦନ। ଆଜି ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଯେ ଏସବୁ କାର୍ଯ୍ୟରେ ଦଲାଲଙ୍କର ବଡ଼ ଭୂମିକା ରହୁଛି । ଅନେକାଶଂରେ ଦଲାଲଙ୍କ ଭୂମିକା କମିଥିଲେ ବି ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବା ପାଇଁ ନିଷ୍ପତି ନେଇଛି ପରିବହନ ବିଭାଗ । ତେଣୁ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତାକାଲିଠୁ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.