ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନା : ବନ୍ଦ ହେଲା ଇଣ୍ଟରନେଟ୍‌ ସେବା, ଯୋଡ଼ା ମାର୍କେଟ ଅଞ୍ଚଳରେ ୧୪୪ ଧାରା ଜାରି

କେନ୍ଦୁଝର : ଯୋଡ଼ାରେ ରାମନବମୀ ଝଣ୍ଡା ଶୋଭାଯାତ୍ରାକୁ ନେଇ ଉତ୍ତେଜନା ଦେଖାଯିବା ପରେ ସମଗ୍ର କେନ୍ଦୁଝର ଜିଲ୍ଲାରେ ସମସ୍ତ ନେଟଓ୍ୱର୍କର ଇଣ୍ଟରନେଟ୍ ସେବା ବନ୍ଦ ଥିବା ଜଣାଯାଇଛି। ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ସୂଚନା ମିଳିଛି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଗୁ ଯୋଡାରେ ୧୪୪ ଧାରା ଜାରି ହୋଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଯୋଡ଼ା ସହରରେ ରାମନବମୀ ଝଣ୍ଡା ଶୋଭାଯାତ୍ରାକୁ ନେଇ ନେଇ ଉତ୍ତେଜନା ଦେଖାଦେଇଥିଲା। ଗୋଟିଏ ଗୋଷ୍ଠୀର ଲୋକେ ପତାକା ଧରି ଯାଉଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ବିରୋଧ କରିବାରୁ ଗଣ୍ଡଗୋଳ ହୋଇଥିଲା।  ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଗୋଟିଏ ବାଇକ୍ ପୋଡ଼ି ଦେଇଥିଲେ। ଏଥିରେ ପାଖାପାଖି ୧୦ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା। ଏହି ଘଟଣା ପରେ ଯୋଡ଼ା ସହରରେ ୧୪୪ ଧାରା ଜାରି କରାଯାଇଛି। ଶାନ୍ତି ଫେରାଇ ଆଣିବା ପାଇଁ ଏସ୍ପି ମିତ୍ରଭାନୁ ମହାପାତ୍ରଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀଙ୍କୁ ଡକାଯାଇ ଆଲୋଚନା କରାଯାଉଛି।ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ଏସଡିପିଓ, ତହସିଲଦାରଙ୍କ ସମେତ ପୋଲିସ୍ ଫୋର୍ସ ସ୍ଥିତି ଉପରେ ନଜର ରଖିଛନ୍ତି ।

Leave A Reply

Your email address will not be published.