ଖୁବ୍‌ଶୀଘ୍ର ମହଙ୍ଗା ହେବ ସମସ୍ତ ପ୍ରକାର ଋଣ

ନୂଆଦିଲ୍ଲୀ : ସମ୍ପ୍ରତ୍ତି ଯୁକ୍ତରାଷ୍ଟ୍ର ଆମେରିକାରେ ମୁଦ୍ରାସ୍ଫିତି ୪୦ ବର୍ଷର ସର୍ବୋଚ୍ଚ ସ୍ତରରେ ରହିଛି । ଏହି ମୁଦ୍ରାସ୍ଫିତିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଶୀଘ୍ର ମୁଖ୍ୟ ସୁଧ ହାର ବଢ଼ାଇପାରେ। ଆମେରିକାରେ ସୁଧ ହାର ବୃଦ୍ଧି କରିବାର ପ୍ରଭାବ ଭାରତ ସମେତ ବିଶ୍ବର ଅନ୍ୟ ଦେଶ ଉପରେ ମଧ୍ୟ ପ୍ରଭାବ ପକାଇବ। ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ଆମେରିକୀୟ ଫେଡେରାଲ ବୈଠକରେ ସୁଧ ହାର ବୃଦ୍ଧି କରିବାର ନିଷ୍ପତ୍ତିର ଆଶା ଯଥେଷ୍ଟ ବୃଦ୍ଧିପାଇଛି।

ଫେଡେରାଲ ରିଜର୍ଭ ଗଭର୍ଣ୍ଣର ମିସେଲ ବୋମାନ କହିଛନ୍ତି ଯେ, ଯଦି ମୁଦ୍ରାସ୍ତୀତି ବଢ଼େ ତେବେ ଆସନ୍ତା ବୈଠକରେ ସୁଧ ହାରକୁ ୦.୫୦ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇପାରେ। ଦେଶରେ ମୁଦ୍ରାସ୍ଫିତି ନିୟନ୍ତ୍ରଣ କରିବା ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ୨୦୨୨ ମସିହାରେ ସୁଧ ହାର ୬ ଥର ବୃଦ୍ଧି କରିପାରିବ ବୋଲି ବିଶ୍ଵାସ କରାଯାଏ। ଏହିପରି ଭାବରେ ଫେଡେରାଲ ରିଜର୍ଭ ଧୀରେ ଧୀରେ ସୁଧ ହାର ହ୍ରାସ କରିବ। ଯଦି ଏହା ହୁଏ ଏହାର ପ୍ରଭାବରେ ଭାରତରେ ଆଗାମୀ ଦିନରେ । ସମସ୍ତ ପ୍ରକାରର ଋଣ ସୁଧହାର ବୃଦ୍ଧି ପାଇବ।

Leave a comment