ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିଲିକାରେ ସର୍ବଭାରତୀୟ ଏନସିସି କ୍ୟାଡେଟ ନୈାକା ପ୍ରତିଯୋଗିତା, ଓଡ଼ିଶା ଚମ୍ପିଆନ

ବାଲୁଗାଁ : ଭାରତୀୟ ନୈାସେନା ପ୍ରଶିକ୍ଷଣ କେନ୍ଦ୍ର ଚିଲିକା ଶାଖାରେ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ସର୍ବଭାରତୀୟ ନୈାକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗତ ୧୭ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଏଥିରେ ସର୍ବଭାରତୀୟ ସ୍ତରରେ ଏନସିସିର ୧୭ଗୋଟି ନିର୍ଦ୍ଦେଶାଳୟ ଭାଗ ନେଇଥିଲେ । ଏଥିରେ ମୋଟ ୧୦୧ଜଣ କ୍ୟାଡେ଼ଟ ଅଶଂ ଗ୍ରହଣ କରିଥିଲେ ସେଥିମଧ୍ୟରୁ ୫୧ଜଣ ବାଳିକା ଏବଂ ୫୦ ଜଣ ବାଳକ ସାମିଲ ଥିଲେ ।

All-India NCC Cadet Boat Competition in ChilKA, Odisha Champion

ସୋମବାର ଅନୁଷ୍ଠିତ ଫାଇନାଲ ଦିବସରେ ଅନ୍ତିମ ପର୍ଯ୍ୟାୟରେ ଓଡ଼ିଶା ଏନସିସି କ୍ୟାଡେ଼ଟ୍‌ ଦଳ ଚମ୍ପିଆନ ହୋଇଛି । ଚମ୍ପିଆନ ଓଡ଼ିଶା ଦଳର କ୍ୟାଡେ଼ଟ କାହ୍ନୁ ଚରଣ ଗୈାଡ଼, ଦୀପକ କୁମାର ସାହୁ, ତନୟା ମାଝୀ, ଶୁଭଶ୍ରୀ ପ୍ରଧାନ, ସୁସ୍ମିତା ପାୟଲ ସେଠୀ ଏବଂ ସନ୍ଦୀପ କୁମାର ବେହେରାଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଓଡ଼ିଶା ଏହି ସଫଳତା ହାସଲ କରିଛି । ଏଥି ସହିତ ଦ୍ୱିତୀୟ ସ୍ଥାନ ପଞ୍ଜାବ କ୍ୟାଡେ଼ଟ୍‌ ଟିମ୍‌ ଅଧିକାର କରିଥିବା ବେଳେ କର୍ଣ୍ଣାଟକ ତୃତୀୟ ସ୍ଥାନ ହାସଲ କରିଛି । ଅପରାହ୍ନରେ ତାଲିମ କେନ୍ଦ୍ର ପରିସର ଅପସରା ଭବନରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନସିସି ନିର୍ଦ୍ଦେଶକ ବିଗ୍ରେଡ଼ିୟର ଅଜୟ କୁମାର ମହାଜନ ଏବଂ ଓଡ଼ିଶା ଉପ-ନିର୍ଦ୍ଦେଶକ କମୋଡ଼ର ସୋମେନ ବାନାର୍ଜୀ ଯୋଗଦେଇ ଅଶଂ ଗ୍ରହଣ କରିଥିବା ସମସ୍ତ କ୍ୟାଡେ଼ଟଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜୟୀ ଟିମ୍‌ କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ ।

ଏଥି ସହ ଚିଲିକା ତାଲିମ୍‌ କେନ୍ଦ୍ରରେ ଏହି ପ୍ରତିଯୋଗିତାକୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଥିବା ଆଇଏନଏସ ଚିଲିକାର କମୋଡ଼ର ଏନସି ପ୍ରଦୀପ କୁମାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଶିବିରକୁ ପରିଚାଳନା କରିଥିଲେ ଏନସିସି ଭବାନୀ ପାଟଣାର କମାଣ୍ଡିଂ ଅଫିସର ଭି.ରବି ଯଦୁ ଏବଂ ସମ୍ବଲପୁର କଲୋନେଲ ଅମିତାଭ ରୟ । ତେବେ ବିଜୟ ଓଡ଼ିଶା ଟିମ୍‌ର କ୍ୟାଡେ଼ଟଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ସ୍ଥାନୀୟ ବାଣପୁର ଅଞ୍ଚଳର ପ୍ରଶିକ୍ଷକ ରଂଜିତ ରାଉତରାୟ ପ୍ରଶଂସାର ପାତ୍ର ହୋଇଛନ୍ତି ।

Leave A Reply

Your email address will not be published.