ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଙ୍ଗଲ ଭିତରେ ହେଉ କି ପାହାଡ଼ ଉପରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ : ପ୍ରତାପ ଜେନା

ଭୁବନେଶ୍ବର : ରାଜ୍ୟର ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ଲକ୍ଷ୍ୟ। ରାଜ୍ୟବାସୀ କିପରି ନିଜ ଘରେ ପାନୀୟ ଜଳ ସୁବିଧାରେ ପାଇବେ ସେଥି ପାଇଁ ରାଜ୍ୟ ସରକାର ୯୦ ଗୋଟି ମେଗା ଜଳ ଯୋଗାଣ ପ୍ରକଳ୍ପକୁ ହାତକୁ ନେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ଆଜି ବିଧାନସଭାରେ ବିଧାୟକ ଅମର ଶତପଥୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ରାଜ୍ୟରେ ୨୦୨୪ ସୁଦ୍ଧା ସମସ୍ତଙ୍କ ଘରକୁ ପାନୀୟ ଜଳ ଯୋଗାଇବେ ରାଜ୍ୟ ସରକାର। ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ୯୦ ଗୋଟି ମେଗା ଜଳ ଯୋଗାଣ ପ୍ରକଳ୍ପକୁ ରାଜ୍ୟ ସରକାର ହାତକୁ ନେଇଛନ୍ତି ।

ଏଥି ସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ୯୦ ଟି ମେଗା ପ୍ରକଳ୍ପ ଚାଲିଛି। ୬୯ ପ୍ରକଳ୍ପ ପ୍ରସ୍ତାବ ଅଛି। ଆମର ଲକ୍ଷ ଅଛି ଜଙ୍ଗଲ ଭିତରେ ହେଉ କି ପାହାଡ଼ ଉପରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇବୁ। ୨୦୧୫ ୧୬ ରେ ୬୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଯେଉଁଥିରେ ୯୩ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିଲେ।

ଅନ୍ୟପଟେ ରାଜ୍ୟରେ ହେଉଥିବା ପାନୀୟ ଜଳ ପ୍ରକଳ୍ପରେ ରାଜ୍ୟ ବାହାର ଠିକାଦାରଙ୍କୁ କାମ ଦେବା ପ୍ରସଙ୍ଗ ଉଠାଇଥିଲେ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ବିଭିନ୍ନ ପ୍ରକଳ୍ପକୁ ମେଗା ପ୍ରକଳ୍ପର ନାଁ ଦେଇ ବାହାର କମ୍ପାନିକୁ କାମ ଦିଆଯାଉଛି। ଏଥିପାଇଁ ମଧ୍ୟ ମାପଦଣ୍ଡ ନିର୍ଦ୍ଧାରଣ କରାଯାଉଛି। ଯାହାଦ୍ୱାରା ସ୍ଥାନୀୟ ଠିକାଦାରମାନେ ସୁଯୋଗ ପାଉନାହାନ୍ତି। ଯଦିଓ ସାରା ବିଶ୍ୱରେ କେନ୍ଦ୍ରାପଡ଼ା ଜିଲ୍ଲାର ଓଡ଼ିଆ ପାଣି ପାଇପ ମିସ୍ତ୍ରୀ ଓ ଠିକାଦାର ଅଛନ୍ତି ସେମାନଙ୍କୁ ସୁଯୋଗ ମିଳୁନି, ଯାହାକୁ ନେଇ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଗୃହରେ ଉଦବେଗ ପ୍ରକାଶ କରିଥିଲେ।

ସୌମ୍ୟରଂଜନ ପଟ୍ଟନାୟକ ପ୍ରଶ୍ନ ଉପରେ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଦେଇ କହିଛନ୍ତି, ୫୦କୋଟି ଟଙ୍କା ଉପରେ କାମ ହେଲେ ଇପିସି ମୋଡରେ କରାଯାଉଛି। ଯାହା ନିୟମ ଅଛି, ସେହି ଅନୁସାରେ କାମ କରୁଛୁ। କୌଣସି ବେଆଇନ କାମ କରାଯାଇନାହିଁ। ୫୦ କୋଟି ଭିତରେ ହେଲେ ଓଡ଼ିଶାର ଠିକାଦାରମାନେ କାମ କରୁଛନ୍ତି।

ସେହିପରି ଆଜି ଗୃହରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ହୋହାଲ୍ଲା ହେବାରୁ ବାଚସ୍ପତିଙ୍କ ରୁଲିଂ ଦେଇଥିଲେ ଯେ , ଯେଉଁସବୁ ସ୍ଥାନରେ ମେଗା ପାନୀୟଜଳ ପ୍ରକଳ୍ପ କାମ ଜାରି ରହିଛି ସେହିସବୁ ଅଞ୍ଚଳର ସଦସ୍ୟମାନଙ୍କୁ ଡାକି ମନ୍ତ୍ରୀ ଆଲୋଚନା କରନ୍ତୁ । ସେପଟେ ଗୃହରେ କହିବାକୁ ସୁଯୋଗ ନ ଦେବାରୁ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ ।

Leave A Reply

Your email address will not be published.