ଲକ୍ଡାଉନ୍ ସମୟରେ ଆସନ୍ତା ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ ସମସ୍ତ ବସ୍ ସେବା ବନ୍ଦ ରହିବ

କରୋନା ସଂକ୍ରମଣ ରୋକିବାକୁ ଓଡିଶା ସରକାର ଜାରି କରିଛନ୍ତି ଗାଇଡଲାଇନ୍ । ଏହି ଗାଇଡଲାଇନ୍ ଅନୁସାରେ, ଆସନ୍ତା ୫ ତାରିଖରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିବ । ଏହି ନିୟମ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ଲକଡାଉନ୍ ପାଇଁ ପୋଲିସ ପକ୍ଷରୁ କଡା ଚେକିଂ ବ୍ୟବସ୍ଥା ହୋଇଛି । ଅମାନିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ସମୟରେ ଜୋରଦାର ଚେକିଂ ଓ ବ୍ଲକିଂ କରାଯିବ । ଟ୍ବିନସିଟିରେ ପାଟ୍ରୋଲିଂ ଆହୁରି କଡାକଡି ଭାବେ ପାଳନ ହେବ ।