ଜମୁଛି ଡଟ୍‌‌ଫେଷ୍ଟ୍‌‌ : ଆଜି ରାଜଧାନୀବାସୀଙ୍କୁ ମତୁଆଲା କରିବେ ଅଲ୍‌‌କା-ଉଦିତ୍‌‌ଙ୍କ ଯୋଡି

ଭୁବନେଶ୍ବର : ଡଟ୍‌‌ଫେଷ୍ଟ୍‌‌ରେ ଦିନ ଯେତିକି ଯେତିକି ଗଡ଼ି ଚାଲିଛି, ଦର୍ଶକଙ୍କ ଭିଡ଼ ସେହି ଅନୁଯାୟୀ ବଢ଼଼ିବାରେ ଲାଗିଛି। ବିଗତ ଦିନ ଅପେକ୍ଷା ଗତକାଲି ସନ୍ଧ୍ୟାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଏମିତି କି ପୂର୍ବରୁ ପଛ ସିଟ୍‌‌ଗୁଡ଼ିକ ଫାଙ୍କା ପଡ଼ୁଥିବା ବେଳେ ଶନିବାର ପୂରା ଭରି ରହିଥିଲା ସିଟ୍‌‌। ଏମିତି କି ଷ୍ଟାଣ୍ଡିଂ ଦର୍ଶକଙ୍କ ଭିଡ଼ ଏତେ ମାତ୍ରାରେ ଲାଗି ରହିଥିଲା ଯେ, ଅନେକ ବାହାର ରହି କେବଳ ଗୀତ ଶୁଣିଥିଲେ। କାର୍ଯ୍ୟକ୍ରମ ଆରମ୍ଭରୁ ଭିଡ଼ ଲାଗି ରହି ପୂରା ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା। ତେବେ ଆଜି ପ୍ରବଳ ଭିଡ ହେବା ସମ୍ଭାବନା ରହିଛି। ରବିବାର ସହ ଆଜି ବଲିଉଡ୍‌ର ସୁପରହିଟ୍‌ କଣ୍ଠଶିଳ୍ପୀ ଯୋଡି ଉଦିତ୍‌‌ ନାରାୟଣ, ଅଲ୍‌‌କା ୟାଗ୍‌‌ନିକ୍‌‌ ସଙ୍ଗୀତ ସନ୍ଧ୍ୟା ପାଇଁ ପ୍ରବଳ ଭିଡ ହେବ।

୯୦ ଦଶକର ସୁପରହିଟ୍ ସଙ୍ଗରେ ମତୁଆଲା ହେବେ ଭୁବନେଶ୍ବରବାସୀ । ୯୦ ଦଶକର ଲଭ୍ ବାର୍ଡ କୁହାଯାଉଥିବା ବଲିଉଡ଼ ସିଙ୍ଗର ଉଦିତ ନାରାୟଣ ଏବଂ ଅଲକା ୟାଗ୍‌‌ନିକ୍‌‌ ଆଜି ଡଟ୍‌‌ଫେଷ୍ଟ୍‌‌ରେ ଦର୍ଶକଙ୍କୁ ଝୁମାଇବେ। ରବିବାର ସନ୍ଧ୍ୟାରେ ୩ ଘଣ୍ଟା ବାନ୍ଧି ରଖିବ ହୃଦୟ ଛୁଇଁଲା ଭଳି ଗୀତ । ସୁପରହିଟ୍ ଯୋଡିଙ୍କୁ ଶୁଣିବା ପାଇଁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଅନ୍ୟପଟେ ଗତକାଲି ଡଟଫେଷ୍ଟରେ ଅସମ୍ଭାଳ ଭିଡ ହୋଇଥିଲା । ସପ୍ତମ ଦିନରେ ଦେଖିବାକୁ ମିଳିଥିଲା ଏଭଳି ଭିଡ । ସଂଧ୍ୟାରେ ପ୍ରଥମେ ଓଡ଼ିଆ କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ ମଞ୍ଚକୁ ଓହ୍ଲାଇ ଦର୍ଶକଙ୍କୁ ଝୁମେଇ ଥିବା ବେଳେ ତାଙ୍କ ପରେ ପରେ ମଞ୍ଚକୁ ଆସିଥିଲେ ଅମିତ ତ୍ରିବେଦୀ । ଆରମ୍ଭରୁ ନମୋ ନମୋ ଆଦିଶଙ୍କରା ଗୀତ ଗାଇଥିବା ବେଳେ ପରେ ପରେ ବିଭିନ୍ନ କମ୍ପୋଜିସନର ଏବଂ ବିଭିନ୍ନ ଭେରିଏସନର ଗୀତ ଗାଇଥିଲେ । ଯାହାକୁ ଶୁଣି ଉପସ୍ଥିତ ଦର୍ଶକ ଗୀତର ତାଳେ ତାଳେ ଝୁମିଥିଲେ ।

ଏହାପରେ ଆଜ୍‌ ସେ ତେରି, ଗେହେରା ସମନ୍ଦର, ସାନ ବରଷେ, ମୁଝେ ଛୋଡ଼ ଦୋଟ୍ଟ ଆଦି ଭଳି ଅନେକ ଗୀତ ଗାଇ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ତାଙ୍କ ଗ୍ରୁପ୍‌ ସଦସ୍ୟ ମଧ୍ୟ କିଛି କମ୍‌ ମନୋରଞ୍ଜନ କରିନଥିଲେ। ଲଭ୍ ୟୁ ଜିନ୍ଦେଗୀ, ଜାନେ ବଲମା, ଦିଲ୍ ଅଟକ୍ ଗୟା ହେ ପ୍ରଭୃତିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ । ତେବେ କେବଳ ‌ରୋମାଣ୍ଟିକ୍‌ ଗୀତ ନୁହେଁ, ରାଇଫଲ୍ ଦିଖାକେଟ୍ଟ, ଚଲ୍ ମିଠି ମିଠି ବୋଲ୍ଟ୍ଟ, ଲଣ୍ଡନ ଠୁମକ୍‌ଦାଟ୍ଟ, ଉଡ଼୍‌ତା ପଞ୍ଜାବଟ୍ଟ, ଗୁଲାବ୍‌ ଥୋଡ଼ି ଇତ୍‌ରା ଫୈଲାଦୋଟ୍ଟ, ତୌବା ତେରା ଜଲ୍‌ୱା ଓ ହଙ୍ଗମା ହୋଗୟା ପ୍ରଭୃତି ଡ୍ୟାନ୍ସ ଧମାକାରେ ଦର୍ଶକ ନାଚିଥିଲେ ।

ମିଳିଥିବା ସୂଚନା ଅନୁସାରେ ଗତକାଲି ଏହି କାର୍ୟ୍ୟକ୍ରମରେ ପାଖାପାଖି ୨୦ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ ସୂଚନା ରହିଛି । ଦର୍ଶକମାନେ ଲାଇଭ ଗୀତର ମଜା ନେବା ସହିତ ଖାଦ୍ୟ ମହୋତ୍ସବରେ ବିଭିନ୍ନ ଖାଦ୍ୟର ମଜା ନେଇଥିଲେ ।

ମୋ ପ୍ରିୟର ସହର ‘ଭୁବନେଶ୍ୱର’

ଭୁବନେଶ୍ୱରରେ ୪ର୍ଥ ଥର ପାଇଁ ସଙ୍ଗୀତ ପରିବେଷଣର ସୁଯୋଗ ପାଇଛି। ଭୁବନେଶ୍ୱର ସହର ମୋର ପ୍ରିୟର ସହର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏହାସହିତ ଡଟ୍‌‌ ଫେଷ୍ଟ୍‌‌ ଆୟୋଜକଙ୍କୁ ମଧ୍ୟ ଧନ୍ୟବାଦ। ଏତେ ବଡ଼ ମଞ୍ଚର ଆୟୋଜନ କରି କଳାକାରଙ୍କୁ ସୁଯୋଗ ଦେଉଛନ୍ତି। ସହରର ରାସ୍ତାଘାଟ, ଖାଦ୍ୟ ଖୁବ୍‌‌ ଭଲ ଲାଗେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଲିଉଡ ରୋମାଣ୍ଟିକ୍‌‌ କଣ୍ଠଶିଳ୍ପୀ ସ୍ୱୟମ୍‌‌ ପ୍ରକାଶ ପାଢ଼ୀ ମଞ୍ଚରେ ଜମେଇ ଦେଇଥିଲେ। ଓରେ ଦିଲ୍‌‌ନସି, ଓ ଜୀନା ଜୀନା, ତୁ ନୂଆ ସାଏରୀ, ଶହେ ଥିଲି ଶୂନ ହେଲି, ହୱା ହୱା, ଜିଗରାବାଲା ଭଳି ଗୀତ ଗାଇ ମାହୋଲ ଜମେଇ ଦେଇଥିଲେ। ଏହି ଅବସରରେ ଆଜିର ଆକର୍ଷଣ ଥିବା ସ୍ୱୟମ୍‌‌ ଏବଂ ଅମିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଧାୟକ ଅନନ୍ତ ନାରାୟଣ ଜେନା ଓ ଶ୍ରମ କମିଶନର ଡ. ଏନ୍‌‌. ଥିରୁମାଲା ନାଏକ ଯୋଗଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave a comment