ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରଜରାଜନଗର ଫାଇଟ : ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କଲା ବିଜୁ ଜନତା ଦଳ

ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଅଳକା ମହାନ୍ତି ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କ ନାଁ ଉପରେ ମୋହର ମାରିଛନ୍ତି। 

ଆଜି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ନବୀନ ନିବାସରେ ବ୍ରଜରାଜନଗର ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ପହଞ୍ଚିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ସେଠାରେ ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ଘୋଷଣା କରିଥିଲେ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଭରସା କରି ତାଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିଥିବାରୁ ଅଳକା ମହାନ୍ତିଙ୍କ ଖୁସିବ୍ୟକ୍ତ କରିବା ସହ ଆଗକୁ ସ୍ବାମୀ ତଥା ବ୍ରଜରାଜନଗର ପୂର୍ବତନ ବିଧାୟକ ସ୍ବର୍ଗତଃ କିଶୋର କୁମାର ମହାନ୍ତିଙ୍କ ଅଧୁରା ସ୍ବପ୍ନ ପୂରଣ କରିବି ବୋଲି ଅଳକା କହିଥିଲେ। 

ଅନ୍ୟପଟେ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଭଲ କରିଛି । ତେଣୁ ଉପ ନିର୍ବାଚନରେ ବ୍ରଜରାଜନଗରବାସୀଙ୍କ ଆଶୀର୍ବାଦରେ ବିଜେଡି ପୁଣି ଜିତିବ ବୋଲି କହିଛନ୍ତି ବ୍ରଜରାଜନଗର ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂହ ।ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରାର୍ଥୀ କରି ମହିଳା ସଶକ୍ତିକରଣକୁ ଆଉ ପାଦେ ଆଗକୁ ନେଇଛନ୍ତି। ବିଜେଡି ବ୍ରଜରାଜନଗରରୁ ପ୍ରାୟ ୭୦ ହଜାରୁ ଅଧିକ ଭୋଟରେ ବିଜୟୀ ବୋଲି ମଧ୍ୟ  ବ୍ରଜରାଜନଗର ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂହ କହିଛନ୍ତି।

ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଧାରାଣୀ ପଣ୍ଡା । ସେହିପରି କଂଗ୍ରେସ ପ୍ରାର୍ଥୀ ଘୋଷଣା ଚୂଡାନ୍ତ କରି ନଥିଲେ ବି ରେସରେ ଆଗରେ ରହିଛି କିଶୋର ପଟେଲଙ୍କ ନାଁ ।

Leave A Reply

Your email address will not be published.