ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁନିଆରେ ଏମିତି ଏକ ଜାଗା ରହିଛି ଯେଉଁଠାରେ ଏଲିୟନକୁ ବନ୍ଦୀ କରାଯାଇଛି!

ଏଲିୟନଙ୍କୁ ନେଇ ରୋଚକ କଥା ସାମ୍ନାକୁ ଆସିଥାଏ। ଆମେ ସମସ୍ତଙ୍କ ମନରେ ମଧ୍ଯ ଏଲିୟନ ସମ୍ପର୍କିତ ଖବର ଜାଣିବା ପାଇଁ ଉତ୍ସାହ ରହିଥାଏ। ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ଅଛି । ଆମେରିକାର ଏମିତି ଏକ ଜାଗା ଅଛି ଯାହା ଆଜି ବି ରହସ୍ଯ ଘେରରେ। ସେହି ଜାଗାଟିର ନାଁ ହେଉଛି ଏରିଆ-୫୧ । ଏହା କଡା ସୁରକ୍ଷା ବଳୟ ମଧ୍ଯରେ ରହିଛି। ଏଠାକୁ କାହାରିକୁ ଆସିବାକୁ ଅନୁମତି ନାହିଁ । ଏଠାରେ ଏଲିୟନଥିବା ଖବର ବେଳେବେଳେ ସାମ୍ନାକୁ ଆସିଥଏ।

କେତେକ କହିବା ଅନୁଯାୟୀ, ଯେ ଆମେରିକା ଏରିଆ -୫୧ ରେ ଏଲିୟନ ମାନଙ୍କୁ କଏଦ କରି ରଖାଯାଇଛି ଏବଂ ସେମାନଙ୍କ ଉପରେ ପରୀକ୍ଷା ଚାଲିଛି। ଏହି ସ୍ଥାନଟି ଗୁପ୍ତ ରଖାଯାଇଥିଲା, ଯେଉଁ କାରଣରୁ ଆମେରିକାର ଲୋକମାନେ ମଧ୍ଯ ଏହି ବିଷୟରେ ଜାଣି ପାରି ନ ଥିଲେ। ଆମେରିକାର ଗୁପ୍ତଚର ଏଜେନ୍ସି  ସିଆଇଏ  ୨୦୧୩ ମସିହାରେ ପ୍ରଥମ ଥର ପାଇଁ ଏରିଆ -୫୧ ବିଷୟରେ ବିଶ୍ୱକୁ ଜଣାଇଥିଲା । ଆସନ୍ତୁ ଜାଣିବା ଏଠାରେ କ’ଣ ଅଛି ଫଳରେ ଏହି ସ୍ଥାନକୁ ଏତେ ଗୁପ୍ତ କାହିଁକି ରଖାଯାଇଛି।

ଆମେରିକାରେ ୧୯୫୦ ମସିହାରୁ କୁହାଯାଉଛି ଯେ  ଏରିଆ -୫୧ ଏଲିୟନମାନେ ବସବାସ କରିଥାନ୍ତି। ଏହା କହିବାର ସବୁଠୁ ବଡ଼ କାରଣ ହେଉଛି ଉକ୍ତ ନିଷିଦ୍ଧ ଅଞ୍ଚଳରୁ ରାତି ସମୟରେ ଆଲୋକ ପ୍ରଜ୍ଜଳିତ ବିମାନ ଉଡୁଥିବାର ଦେଖିବକୁ ମିଳିଛି। ଜୁନ୍ ୧୯୫୯ ମସିହାରେ, ଏହି ଖବର ପ୍ରଥମେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ନେୱାଦା ଚାରିପାଖରେ ରହୁଥିବା ଲୋକମାନେ ରହସ୍ୟମୟ ଜିନିଷଗୁଡିକ ସବୁଜ ଆଲୋକରେ ଉଡ଼ିଥିବାର ଦେଖିଥିଲେ ।

ସେହି ଦିନଠାରୁ, ଏଲିୟନମାନଙ୍କ ସହ ଜଡିତ ଖବର କ୍ରମାଗତ ଭାବରେ ଗଣମାଧ୍ୟମରେ ଆସିବା ଆରମ୍ଭ କରିଥିଲା । ଲୋକମାନେ ବିଶ୍ୱାସ କରିବାକୁ ଲାଗିଲେ ଯେ ଏଠାରେ ଏଲିୟନମାନଙ୍କୁ କାରାଗାରରେ ରଖାଯାଇଛି। ଆମେରିକୀୟ ବୈଜ୍ଞାନିକମାନେ ଏଲିୟନମାନଙ୍କୁ ବନ୍ଧକ ରଖି ତାଙ୍କ ଉପରେ ପରୀକ୍ଷା କରୁଛନ୍ତି।

ଆମେରିକାର ଗୁପ୍ତଚର ଏଜେନ୍ସି  ସିଆଇଏ ପ୍ରଥମେ  ୨୦୧୩ ମସିହାରେ  ସ୍ବୀକାର କରିଥିଲା ​​ଯେ, ଏରିଆ -୫୧ ଭଳି ସ୍ଥାନ ଅଛି, କିନ୍ତୁ ଏଲିଏନ୍ ଅଛନ୍ତି ବୋଲି ମନା କରି ଦେଇଥିଲା। ଏହା ଆମେରିକାର ବାୟୁସେନାର ବେସ ବୋଲି ସିଆଇଏ କହିଥିଲା। ଏହି ଅଞ୍ଚଳ ନେୱାଦାର ଏକ ଶୁଖିଲା ହ୍ରଦ ଉପରେ ଅବସ୍ଥିତ। ଏହି ସ୍ଥାନଟି ସବୁ ପାର୍ଶ୍ୱରେ ବୈଦ୍ୟୁତିକ ତାର ସହିତ କଣ୍ଟା ବାଡ଼ ଦ୍ୱାରା ଘେରି ରହିଛି । ଏହାର ସୀମାରେ ଚେତାବନୀ ଦିଆଯାଇଛି ଯେ ଭିତରକୁ ଯିବାକୁ ଚେଷ୍ଟା କରିବା ବିପଜ୍ଜନକ ହୋଇପାରେ। ଏହା ସହିତ ସବୁ ସ୍ଥାନରେ ସଶସ୍ତ୍ର ସୈନିକ ନିୟୋଜିତ ହୋଇଛନ୍ତି। ଯବାନମାନେ ମଧ୍ଯ ରାତିସାରା ଏହି ଅଞ୍ଚଳକୁ ଜଗିଥାନ୍ତି। ସୁରକ୍ଷା ଏତେ କଡାକଡି ଯେ ବିମାନ ମଧ୍ୟ ଏହି ଅଞ୍ଚଳ ଉପରେ ଯିବାକୁ ଅନୁମତି ନାହିଁ। ଏହି କ୍ଷେତ୍ର ୩.୭ କିଲୋମିଟର ଉପରେ ବ୍ୟାପିଛି। ବର୍ତ୍ତମାନ ଏହି ଅଞ୍ଚଳକୁ ସାଟେଲାଇଟ ଜାରିଆରେ ଦେଖିହଉଛି କିନ୍ତୁ ଏହା ପୂର୍ବରୁ ସାଟେଲାଇନ ଅନ୍ତର୍ଭୁକ୍ତ ନ ଥିଲା ।

ଆମେରିକାର ସୈନିକଙ୍କ କହିବା ଅନୁଯାୟୀ ଏଠାରେ ଯୁଦ୍ଧ ପ୍ରସ୍ତୁତି, ତାଲିମ ଏବଂ ବ୍ୟାୟାମ ପ୍ରଶିକ୍ଷଣ ଦିଆଯାଇଥାଏ । ଏହା ସାମରିକ ଅଭ୍ୟାସ ପାଇଁ ଉଦ୍ଦିଷ୍ଟ । ଏହି କ୍ଷେତ୍ର ଋଷିିଆ ଉପରେ ନଜର ରଖିବା ପାଇଁ ନିର୍ମାଣ କରାଯାଇଥିଲା। ସେଠାରେ U-2 ନାମକ ଏକ ବିମାନ ମଧ୍ୟ ଥିଲା । ସବୁଜ ଲାଇଟ୍ ଏବଂ କିଛି ରହସ୍ୟମୟ ବିମାନ ବିଷୟରେ ସିଆଇଏ କହିଛି ଯେ, ପଚାଶ ଦଶକରେ ଦୁନିଆର ଯେ କକୌଣସି ବିମାନ ଅପେକ୍ଷା ଲୋକମାନେ କଥାବାର୍ତ୍ତା କରୁଥିବା ବିମାନ ଅଧିକ ବିକଶିତ ଏବଂ ଭିନ୍ନ ମନେ ହେଉଥିଲା।

ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ ଏହି ବିଷୟରେ ସୂଚନା ଦେଇ କହିଥିଲେ ଯେ, ଏଠାରେ ସାମରିକ ଅଭ୍ୟାସ କରାଯାଇଥାଏ। ଆମେରିକାର ସୈନ୍ୟବାହିନୀ ଅତ୍ୟାଧୁନିକ ବିମାନ ତିଆରି କରିବା ପାଇଁ ଏରିଆ- ୫୧ ବ୍ୟବହାର କରାଯାଏ। ଏଠାରେ ପ୍ରାୟ ୧୫୦୦ ଲୋକଙ୍କର ନିୟୋଜିତ ଅଛନ୍ତି। ଏହି ସ୍ଥାନ ବିଷୟରେ ଅନେକ ଥର ମଧ୍ଯ ପ୍ରକାଶ ପାଇଛି ଯେ ଆମେରିକାର ଗୁପ୍ତଚର କାର୍ଯ୍ୟକ୍ରମ ଏଠାରେ ଚାଲିଥାଏ । ଅନେକ ଲୋକ ବିଶ୍ବସ କରନ୍ତି ଯେ ଏରିଆ -୫୧ ରେ ଏଲିୟନମାନଙ୍କୁ କାରାଗାରରେ ରଖାଯାଇଛି।

Leave A Reply

Your email address will not be published.