ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଣବୀର-ଆଲିଆଙ୍କ ପ୍ୟାନ୍ସଙ୍କ ପାଇଁ ଖୁସି ଖବର, ନଭେମ୍ବରରେ ପ୍ରଥମ ସନ୍ତାନର ମା’ ହେବେ ଆଲିଆ

ମୁମ୍ବାଇ : ରଣବୀର-ଆଲିଆଙ୍କ ପ୍ୟାନ୍ସଙ୍କ ପାଇଁ ଖୁସି ଖବର। ଗତ ଏପ୍ରିଲରେ ବିବାହ ବନ୍ଧନରେ  ଆବଦ୍ଧ ହୋଇଥିବା ଏହି ହଟ୍‌ ଯୋଡି ଖୁବ୍‌ ଶିଘ୍ର ବାପା-ମା ହେବାକୁ ଯାଉଛନ୍ତି। ନଭେମ୍ବର ମାସରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପ୍ରଥମ ସନ୍ତାନର ପିତାମାତା ହେବେ ବୋଲି ଜଣାପଡିଛି। ଆଲିଆ ମଧ୍ୟ ଡାକ୍ତରଖାନା ବେଡ୍‌ରେ ଶୋଇ ‘ଅଲ୍‌ଟ୍ରାସାଉଣ୍ଡ୍‌’ କରାଉଥିବା ବେଳର ଫଟୋ ସହିତ ସାମାଜିକ ଗଣମାଧ୍ୟମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ସେୟାର୍‌ କରିଛନ୍ତି।‘ଇନ୍‌ଷ୍ଟାଗ୍ରାମ୍‌’ରେ ସେୟାର୍‌ ହୋଇଥିବା ଫଟୋରେ ଦେଖାଯାଉଛି ଆଲିଆଙ୍କର ଅଲ୍‌ଟ୍ରାସାଉଣ୍ଡ୍‌ ଚାଲିଥିବା ବେଳେ ରଣବୀର କପୁର ତାଙ୍କ ପାଖରେ ବସି ଦେଖୁଛନ୍ତି। ଫଟୋ ପରିଚୟୋକ୍ତିରେ ଆଲିଆ ଲେଖିଛନ୍ତି: ଆମ ପିଲା ଖୁବ୍‌ ଶୀଘ୍ର ଆସୁଛି।


ସୂଚନାଯୋଗ୍ୟ ଦୀର୍ଘ ଦିନ ହେବ ଆଲିଆ ଓ ରଣବୀରଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣ ଛେଦ ପକାଇ ଗତ ଏପ୍ରିଲ ୧୪ରେ ଏହି ହଟ୍‌ ଯୋଡି ବିବାହ କରିଥିଲେ। ଏବେ ବିବାହର ୩ ମାସ ପରେ ଏହି ଯୋଡି ତାଙ୍କ ଫ୍ୟାନ୍ସଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି।

Leave A Reply

Your email address will not be published.