ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବ୍ରଜରାଜନଗର ବିଧାୟିକା ଭାବେ ଶପଥ ନେଲେ ଅଳକା ମହାନ୍ତି

ଭୁବନେଶ୍ବର : ବ୍ରଜରାଜନଗର ବିଧାୟିକା ଭାବେ ଶପଥ ନେଇଛନ୍ତି ଅଳକା ମହାନ୍ତି। ଅପରାହ୍ନରେ ବ୍ରଜରାଜନଗର ଉପନିର୍ବାଚନରେ ନବନିର୍ବାଚିତ ବିଧାୟିକା ଅଳକା ମହାନ୍ତିଙ୍କୁ ପଦ ଓ ଗପନିୟତାର ଶପଥପାଠ କରାଇଛନ୍ତି ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ। ଆଜି ବିଧାୟିକା ଭାବେ ଅଳକା ମହାନ୍ତି ଶପଥ ନେବା ପରେ ବିଜେଡିର ବିଧାୟକ ସଂଖ୍ୟା ୧୧୪ରେ ପହଞ୍ଚିଛି।  ଚଳିତ ମାସ ୩ ତାରିଖରେ ବ୍ରଜରାଜନଗରରେ ଭୋଟ ଗଣତି ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୬୬ ହଜାରରୁ ଅଧିକ ଭୋଟରେ ହରାଇ ବିଧାୟକା ଭାବେ ନିର୍ବାଚିତ ହୋଇଥିଲେ ଅଳକା ମହାନ୍ତି।

ବ୍ରଜରାଜନଗର ବିଧାୟକ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହୋଇଥିଲା। ବିଜୁ ଜନତା ଦଳ ପକ୍ଷରୁ ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଥିଲା। ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତି  ବ୍ରଜରାଜନଗର ବାସୀଙ୍କର ଥିବା ଭଲପାଇବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଅକୁଣ୍ଠ ଭଲପାଇବା ଦେଇ ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଅଳକା ମହାନ୍ତିଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରାଇଥିଲେ ବ୍ରଜରାଜନଗରବାସୀ। ବଡ଼଼ ବ୍ୟବଧାନରେ ୬୬ ହଜାର ୧୨୨ ଭୋଟରେ ବିଜୟୀ ହୋଇଥିଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଏବଂ ଅଳକାଙ୍କ ମଧ୍ୟରେ ହୋଇଥିଲା ଟକ୍କର । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଥିଲେ।

Leave A Reply

Your email address will not be published.