ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୨୨ରେ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ଅଖିଳେଶ ଯାଦବ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ବଡ ଘୋଷଣା କରିଛନ୍ତି । ସେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏକ ଘରୋଇ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଏପରି ମନ୍ତବ୍ୟ ରଖିଛନ୍ତି ଅଖିଳେଶ । ସେ ବର୍ତ୍ତମାନ ଉତ୍ତରପ୍ରଦେଶର ଆଜମଗଡ ଲୋକସଭା ଆସନରୁ ସାଂସଦ ଅଛନ୍ତି । ତେବେ ଅଖିଳେଶଙ୍କ ଏପରି ଘୋଷଣା ପରେ ସେ ପୂର୍ବପରି ବିଧାନ ପରିଷଦ ସଦସ୍ୟ ଭାବେ ସଦନରେ ପହଞ୍ଚିବା ରଣନୀତି ରଖିଥିବା ସ୍ପଷ୍ଟ ହୋଇଛି ।

ଆଜମଗଡରୁ ସାଂସଦ ଅଖିଳେଶ ଯାଦବ କହିଛନ୍ତି ଯେ ସେ ଛୋଟ ଦଳ ସହ ଏକ ମେଣ୍ଟ ଗଠନ କରୁଛନ୍ତି। ରାଷ୍ଟ୍ରୀୟ ଲୋକ ଦଳ ସହ ଆସନ ବାଣ୍ଟିବା ନେଇ ଏପର୍ଯ୍ୟନ୍ତ ଆଲୋଚନା କରି ନାହାନ୍ତି । ଆହୁରି ମଧ୍ୟ ସେ ଯୋଗୀ ସରକାରଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ଆଜିର ଯୁଗରେ ଯେ ଲାପଟପ୍ ଏବଂ ମୋବାଇଲ୍ କିପରି ବ୍ୟବହାର କରାଯାଏ ଜାଣି ନାହାନ୍ତି ସେ ଯୁବକଙ୍କ ହିତକୁ ନେଇ କଣ କାର୍ଯ୍ୟ କରିବେ । ଯୁବକମାନେ ଏହି ଦେଶର ଭବିଷ୍ୟତ ଏବଂ କେବଳ ଯୁବକମାନେ ହିଁ ଯୁବକଙ୍କ ମନ ବୁଝି ପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣିଥିଲୁ ଯେ ଆମର ମୁଖ୍ୟମନ୍ତ୍ରୀ ଲାପଟପ୍ କିପରି ଚଳାଇବେ ତାହା ଜାଣନ୍ତି ନାହିଁ, କିନ୍ତୁ ବର୍ତ୍ତମାନ ଜଣେ ଅଧିକାରୀ ମଧ୍ୟ କହିଛନ୍ତି ତାଙ୍କୁ ମୋବାଇଲ୍ କିପରି ଚଲାଯାଏ ତାହା ତାଙ୍କୁ ଜଣାନାହିଁ । ତେବେ ଟିକେ ଭାବନ୍ତୁ, ଆଜିର ଯୁଗରେ ମୋବାଇଲ୍ ଏବଂ ଲାପଟପ୍ ଚଳାଇବାକୁ ଅସମର୍ଥ ଥିବା ମଣିଷ ଯୁବକମାନଙ୍କ ବିଷୟରେ କଣ ବୁଝିବେ ବୋଲି କଟାକ୍ଷ କରିଛନ୍ତି ଅଖିଲେଶ ।

Leave A Reply

Your email address will not be published.