ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉତ୍ତରପ୍ରଦେଶ ନିର୍ବାଚନ ପରିବେଶରେ ମହକ ଭରିବ ‘ସମାଜବାଦୀ ଅତର’ : ଶୁଭ ଉଦ୍‌ଘାଟନ କଲେ ଅଖିଳେଶ ଯାଦବ

ଲକ୍ଷ୍ନୌ : ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରିବେଶରେ ମହକ ଭରିବ ‘ସମାଜବାଦୀ ଅତର’। ଏଥିପାଇଁ ସ୍ୱତନ୍ତ୍ର ଅତର ପ୍ରସ୍ତୁତ କରିଛି ସମାଜବାଦୀ ପାର୍ଟି । ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ ସାଧାରଣ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏକ ନୂଆ ତରିକାରେ ପ୍ରସ୍ତୁତ ହୋଇଛି। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅବସରରେ ଦଳ ପ୍ରତି ଅଧିକ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ଲାଗି ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ଗୋଟାଏ ଅତରର ଶୁଭାରମ୍ଭ କରିଛନ୍ତି।

ଲାଲ୍‌ ଓ ଶାଗୁଆ କାଚ ବୋତଲରେ ପଶିଥିବା ‘ସାମାଜବାଦୀ ଅତର’ ନାମିତ ଏହି ଅତର ୨୨ଟି ପ୍ରାକୃତିକ ସୁବାସରୁ ପ୍ରସ୍ତୁତ କରାଯାଇଛି। ଅତର ଖୋଳ ଉପରେ ଛାପା ଯାଇଛି ଅଖିଳେଶ ଯାଦବ ଏବଂ ‘ସମାଜବାଦୀ ପାର୍ଟି’ର ନିର୍ବାଚନ ସଙ୍କେତର ଛବି। ଏହି ଅତର ୨୦୨୨ ନିର୍ବାଚନରେ ତା’ର ମ୍ୟାଜିକ ଦେଖାଇବ ବୋଲି ଅଖିଲେଶ ଯାଦବ କହିଛନ୍ତି। ସେ କହିଛନ୍ତି, ଲୋକମାନେ ଯେତେବେଳେ ଏହି ସେଣ୍ଟକୁ ବ୍ୟବହାର କରିବେ ସେତେବେଳେ ସମାଜବାଦ ଅନୁଭବ କରିବେ। ସମାଜବାଦୀ ସେଣ୍ଟ ୨୦୨୨ରେ ଘୃଣାର ବିନାଶ କରିବ ବୋଲି ସେ କହିଛନ୍ତି।

ଏହି ଅତରକୁ ପ୍ରସ୍ତୁତ କରିବାକୁ ୪ ମାସ ସମୟ ଲାଗିଛି । ଏହାର ସ୍ୱତନ୍ତ୍ରତା ହେଉଛି ଏହି ଅତରରେ କାଶ୍ମୀରଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ମିଳୁଥିବା ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟ ମିଶିଛି । ୪ଟି ସୁବାସରୁ ପ୍ରସ୍ତୁତ ହୋଇଥିବା ଉକ୍ତ ଅତର ବୋତଲର ନାଁ ଥିଲା- ଆଗ୍ରା, ଲକ୍ଷ୍ନୌ, ବାରାଣସୀ ଏବଂ କନ୍ନୌଜ। ୨୨ ପ୍ରକାର ସୁଗନ୍ଧିତ ଦ୍ରବ୍ୟକୁ ବ୍ୟବହାର କରି ୨୦୨୨ବର୍ଷରେ ଦଳୀୟ ମତଭେଦକୁ ଦୂରେଇବାକୁ ଚେଷ୍ଟା କରାଯାଉଛି ।ଏହାକୁ ବ୍ୟବହାର କଲେ ସମାଜବାଦର ସୁଗନ୍ଧ ହେବ । ଏହା ଦ୍ୱାରା ଭାଇଚାରା ମଧ୍ୟ ଅନୁଭବ ହେବ ବୋଲି କହିଛନ୍ତି ‘ସମାଜବାଦୀ ପାର୍ଟି’ର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ କନ୍ନୌଜ ‘ସମାଜବାଦୀ ପାର୍ଟି’ର ନେତା ତଥା ଉତ୍ତର ପ୍ରଦେଶ ‘ଏମ୍‌ଏଲ୍‌ସି’ ପୁଷ୍ପରାଜ ଜୈନ୍‌।

 

 

Leave A Reply

Your email address will not be published.