ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହଙ୍ଗା ହେଲା ବିମାନ ଯାତ୍ରା : ୨୫% ଯାଏ ବଢ଼ିଲା ଭଡ଼ା

ନୂଆଦିଲ୍ଲୀ : ଦୁଇ ମାସରୁ ଅଧିକ ସମୟ ହେବ ଜାରି ରହିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ ସାରା ବିଶ୍ବକୁ ଗ୍ରାସ କରିବାରେ ଳାଗିଛି। ଏବେ ଏହାର ପ୍ରଭାବ ଦେଶର ବିମାନ ଯାତ୍ରା ଉପରେ ପଡିଛି। ଫଳସ୍ବରୂପ ମହଙ୍ଗା ହୋଇଛି ବିମାନ ଯାତ୍ରା। ବିମାନ ଭଡ଼ାରେ ଏକାଥରକେ ୨୫ ପ୍ରତିଶତ ବୃଦ୍ଧି ଘଟିଛି। ଟ୍ରାଭେଲ ଏଜେଣ୍ଟଙ୍କ ମତାମତ ଅନୁଯାୟୀ ଦେଶର ଏକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଘରୋଇ କ୍ଷେତ୍ରରେ ଉଡାଣ ଲାଗି ଏବେ ବିମାନ ଭଡାରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ହୋଇଛି। ଯଦିବା କୋଭିଡ୍‌ ପରେ ଘରୋଇ ବିମାନ ଉଡାଣ ଏବେ ସ୍ୱାଭାବିକ ହୋଇଯାଇଛି ତେବେ ବର୍ଦ୍ଧିତ ଭଡ଼ା ଯାତ୍ରୀଙ୍କ ପକେଟକୁ ବ୍ୟୟ ବାଧୁଛି ବୋଲି ଟ୍ରାଭେଲ ଏଜେଣ୍ଟମାନେ କହିଛନ୍ତି।

ବିମାନ ଭଡ଼ାରେ ବୃଦ୍ଧି ପରେ ଚଣ୍ଡିଗଡ ବିମାନ ବନ୍ଦରରୁ ଦିଲ୍ଲୀ ରୁଟ୍‌ରେ ଉଡାଣ ନିମନ୍ତେ ପୂର୍ବରୁ ପ୍ରତି ଯାତ୍ରୀ ପିଛା ବିମାନ ଟିକେଟ୍ ମୂଲ୍ୟ ୨,୭୦୦ରୁ ୩,୧୦୦ ଟଙ୍କା ମଧ୍ୟରେ ପଡୁଥିଲା। ତେବେ ନୂଆ ଭଡ଼ାରେ ଏହା ଏବେ ୪,୨୦୦ରୁ ୪୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ମୁମ୍ବାଇ ରୁଟ୍‌ରେ ପୂର୍ବରୁ ଭଡା ୫,୫୦୦ ଓ ୫,୭୦୦ ଟଙ୍କା ମଧ୍ୟରେ ରହିଥିବାବେଳେ ଏବେ ଏହା ୮,୩୦୦ରୁ ୮,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ପରିବର୍ତ୍ତିତ ଭଡ଼ାରେ ପୂର୍ବରୁ ବେଙ୍ଗାଲୁରୁକୁ ଭଡ଼ା ୫,୩୦୦ ଓ ୫,୮୦୦ ଟଙ୍କା ମଧ୍ୟରେ ପଡୁଥିବାବେଳେ ଏବେ ଏହାକୁ ୬,୫୦୦ ଓ ୭,୫୦୦ ଟଙ୍କାକୁ ବଢ଼ାଇ ଦିଆଯାଇଛି। ଏହାଛଡା ଫ୍ଲେକ୍ସି ଫେୟାରରେ ମଧ୍ୟ କେତେକ ପରିବର୍ତ୍ତନ କରାଯାଇଛି। ଏହି ପଲିସିରେ ଏ ପର୍ଯ୍ୟନ୍ତ ଟିକେଟ କିଣୁଥିବା ଯାତ୍ରୀଙ୍କ ଲାଗି ଭଡା ବେଶ ବଢିଯାଇଛି। ଏବେ ଏହି ପଲିସିରେ ଚଣ୍ଡିଗଡରୁ ଦିଲ୍ଲୀକୁ ଭଡ଼ା ୫,୮୦୦ରୁ ୬,୫୦୦ ଟଙ୍କା ଟିକେଟ ପଡୁଥିବାବେଳେ ମୁମ୍ବାଇକୁ ୯,୮୦୦ରୁ ୧୦ ,୦୦୦ ଟଙ୍କା ଓ ବେଙ୍ଗାଲୁରୁକୁ ୧୨,୦୦୦ ଓ ୧୩ ୫୦୦ ଟଙ୍କା ଟିକେଟ୍ ପଡୁଛି।

Leave A Reply

Your email address will not be published.