ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟେମେନ ଜେଲ୍ ଉପରେ ଏୟାର ଷ୍ଟ୍ରାଇକ୍; ୨୦୦ରୁ ଅଧିକ ମୃତାହତ

ସାନା : ଯେମେନରେ ଏକ ଜେଲ ଉପରେ ଶୁକ୍ରବାର ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୨୦୦ରୁ ଅଧିକ ଲୋକ ମୃତାହତ ହୋଇଥିବା ଖବର ମିଳିଛି। ଏୟାର ଷ୍ଟ୍ରାଇକ ଏତେ ଭୟଙ୍କର ଥିଲା ଯେ ଜେଲ ଅଟ୍ଟାଳିକା ପୂରା ମାଟିରେ ମିଶି ଯାଇଛି। ୨୦୧୪ରୁ ଯୁଦ୍ଧ କ୍ଷତିଗ୍ରସ୍ତ ୟେମେନ ଇହୁଦୀ ବିଦ୍ରୋହୀଙ୍କ କବଳରେ ରହିଥିବା ବେଳେ ସେମାନଙ୍କୁ ଦମନ କରିବା ପାଇଁ ୟୁଏଇ ଓ ଅନ୍ୟ ରାଷ୍ଟ୍ର ପକ୍ଷରୁ ଅନେକ ସମୟରେ ଏୟାର ଷ୍ଟ୍ରାଇକ ହେବାର ନଜର ରହିଛି। ଏହିକ୍ରମରେ ସାନାସ୍ଥିତ ଏକ ଜେଲ ବିଲଡିଂ ଉପରେ ଘନଘନ ଏୟାର ଷ୍ଟ୍ରାଇକ ହୋଇଛି। ଆକ୍ରମଣ ପରେ ଇହୁଦୀ ବିଦ୍ରୋହୀଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯିବା ସହିତ କ୍ଷତିଗ୍ରସ୍ତ ବିଲଡିଂ ମଧ୍ୟରେ ଶତାଧିକ ମୃତ ଓ ଆହତ ବ୍ୟକ୍ତିମାନେ ବିକ୍ଷିପ୍ତ ଭାବେ ପଡ଼ି ରହିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.