ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏୟାର ଏସିଆ ଇଣ୍ଡିଆର ସବୁ ଅଂଶଧନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ :  ଏୟାର ଇଣ୍ଡିଆ ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବ। ଏୟାର ଏସିଆ ଇଣ୍ଡିଆର ଏହି ଅଧିଗ୍ରହଣକୁ କମ୍ପିଟିସନ୍‌ କମିସନ ଅଫ୍‌ ଇଣ୍ଡିଆ (ସିସିଆଇ) ମଙ୍ଗଳବାର ଅନୁମୋଦନ ଦେଇଛି। ଏହି ଦୁଇ ବିମାନ କମ୍ପାନୀ ଏକତ୍ର ହେବା ପରେ ଭାରତୀୟ ବିମାନ ଯାତ୍ରୀ ବଜାରରେ ସେମାନଙ୍କର ଅଂଶଧନ ୧୫.୭ ପ୍ରତିଶତ ହୋଇଯିବ।

ଏଠାରେ ସୂଚନାଯୋଗ୍ୟ ଯେ, ଉଭୟ ଏୟାରଲାଇନ୍ସ ଟାଟା ଗ୍ରୁପ୍ ଦ୍ୱାରା ନିୟନ୍ତ୍ରିତ। ନିକଟରେ ଏୟାର ଏସିଆ ଇଣ୍ଡିଆ ଅଧିଗ୍ରହଣ ପାଇଁ ଏହି ଚୁକ୍ତି ଲାଗି ଏୟାର ଇଣ୍ଡିଆ ସିସିଆଇ ନିକଟରୁ ଅନୁମୋଦନ ଲୋଡିଥିଲା। ଏୟାର ଏସିଆ ଇଣ୍ଡିଆରେ ଟାଟା ୮୩.୬୭% ଅଂଶଧନ ରହିଛି। ଟାଟା ବର୍ତ୍ତମାନ ଅବଶିଷ୍ଟ ୧୬% ଅଂଶଧନ ଶୀଘ୍ର ହାସଲ କରିନେବ। ଏହି ଅଂଶ ବର୍ତ୍ତମାନ ମାଲେସିଆର ଏୟାରଲାଇନ୍ସ ଗ୍ରୁପ୍ ଏୟାର ଏସିଆ ବରହାଦ୍ ନିକଟରେ ରହିଛି। ଏୟାର ଏସିଆ ଭାରତରେ ‘ଏୟାର ଏସିଆ ଇଣ୍ଡିଆ’ ନାମରେ କାର୍ଯ୍ୟ କରୁଛି। ଏୟାର ଇଣ୍ଡିଆରେ ଟାଟାର ଶତ ପ୍ରତିଶତ ଅଂଶଧନ ରହିଛି।

ଏହା ସହିତ ଏୟାର ଏସିଆ ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ମିଶ୍ରଣ କରିବ। କିନ୍ତୁ ସିଙ୍ଗାପୁର ଏୟାରଲାଇନ୍ସ ସହଯୋଗରେ ଚାଲୁଥିବା ଭିସ୍ତାରା ବର୍ତ୍ତମାନ ପାଇଁ ପୃଥକ କମ୍ପାନି ଭାବେ କାର୍ଯ୍ୟ କରିବ।ଏୟାର ଏସିଆ ଇଣ୍ଡିଆ ପ୍ରାଇ‌ଭେଟ ଲିମିଟେଡ (ଏଏଆଇପିଏଲ୍‌)ରେ ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ (ଟିଏସପିଏଲ)ର ୮୩.୬୭ ପ୍ରତିଶତ ଅଂଶଧନ ରହିଥିବାବେଳେ ଅବଶିଷ୍ଟ ୧୬.୩୩ ପ୍ରତିଶତ ଏୟାର ଏସିଆ ନିକଟରେ ରହିଛି। ଭାରତୀୟ ବିମାନ ସେବା କ୍ଷେତ୍ରରେ ଇଣ୍ଡିଗୋର ଅଂଶଧନ ସର୍ବାଧିକ ୫୪ ପ୍ରତିଶତ ରହିଛି। ଏୟାର ଇଣ୍ଡିଆ ଓ ଏୟାର ଏସିଆ ଇଣ୍ଡିଆ ପ୍ରାଇଭେଟର ମିଶ୍ରଣ ଫଳରେ ଏହା ଦ୍ବିତୀୟ ବୃହତ ଘରୋଇ ବିମାନସେବା ପ୍ରଦାନକାରୀ କମ୍ପାନିରେ ପରିଣତ ହେବ ଏବଂ ନୂଆ କମ୍ପାନିର ବଜାରଅଂଶ ପ୍ରାୟ ୨୫ ପ୍ରତିଶତ ରହିବ। ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଏୟାର ଇଣ୍ଡିଆ ଗତ ଏପ୍ରିଲରେ ଭାରତୀୟ ପ୍ରତିଯୋଗିତା ଆୟୋଗକୁ ପ୍ରସ୍ତାବ ପଠାଇଥିଲା। ରାଜିନାମା ଅନୁଯାୟୀ, ଏୟାର ଏସିଆର ୧୬.୩ ପ୍ରତିଶତ ଅଂଶଧନକୁ ଏୟାର ଇଣ୍ଡିଆ ପ୍ରାୟ ୧୩୯ କୋଟି ଟଙ୍କାରେ ହାସଲ କରିବ

Leave A Reply

Your email address will not be published.