ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିମାନ ଭିତରେ ମହିଳାଙ୍କ ଉପରେ ପରିଶ୍ରା କରିବା ଘଟଣା: ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଜରିମାନା, ପାଇଲଟ ନିଲମ୍ବିତ

ନୂଆଦିଲ୍ଲୀ : ଜଣେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ମାମଲାରେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ଡିଜିସିଏ) ଏୟାର ଇଣ୍ଡିଆ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏୟାର ଇଣ୍ଡିଆ ପକ୍ଷରୁ ନିୟମ ଉଲଙ୍ଘନ କରାଯାଇଥିବା ନେଇ ଡିଜିସିଏ ତରଫରୁ କମ୍ପାନୀ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏହାସହ ପାଇଲଟ ଇନ୍ କମାଣ୍ଡଙ୍କ ଲାଇସେନ୍ସ ମଧ୍ୟ ୩ମାସ ପାଇଁ ରଦ୍ଦ କରାଯାଇଛି ।

ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ବୃଦ୍ଧାଙ୍କ ଉପରେ ପରିସ୍ରା କରିଥିଲେ ଯୁବକ । ଏହି ଘଟଣାର ୪୧ ଦିନ ପରେ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ।ସରକାରଙ୍କ ଅନୁମୋଦିତ ନିୟମାବଳୀ ପାଳନ କରିବାରେ ଅବହେଳା କରିଥିବାରୁ ସେମାନଙ୍କ ବିରୋଧରେ କାହିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ବୋଲି ଏୟାର୍‌ ଇଣ୍ଡିଆର ‘ଡାଇରେକ୍ଟର୍‌-ଇନ୍‌-ଫ୍ଲାଇଟ୍‌ ସର୍ଭିସେସ୍‌’ର ଆକାଉଣ୍ଟେବଲ୍‌ ମ୍ୟାନେଜର୍‌, ସମସ୍ତ ପାଇଲଟ୍‌ ଏବଂ କେବିନ୍‌ କ୍ରୁ’ ମେମ୍ବର୍‌ମାନଙ୍କୁ ‘ଡିଜିସିଏ’ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ।

ଏୟାର୍‌ ଇଣ୍ଡିଆ ଓ ଏହି ଘଟଣା‌ରେ ସମ୍ପୃକ୍ତ ଥିବା କର୍ମଚାରୀମାନେ ଦାଖଲ କରିଥିବା ଲିଖିତ ଉତ୍ତରଗୁଡ଼ିକୁ ‘ଡିଜିସିଏ’ ସମୀକ୍ଷା କରିବା ପରେ ଉପରୋକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଇଲଟଙ୍କ ଉପରେ ଏହି କାର୍ୟ୍ୟାନୁଷ୍ଠାନ ବିମାନ ନିୟମ ୧୯୭୩ର ଧାରା ୧୪୧ ଅନୁସାରେ କରାଯାଇଛି । ଏହି ନିୟମ ମୁତାବକ ପାଇଲଟ ଜଣଙ୍କ ନିଜ କାର୍ଯ୍ୟରେ ଅବହେଳା କରିଛନ୍ତି । ସେପଟେ ଏୟାର ଇଣ୍ଡିଆର ଉଡାଣ ସେବା ନିର୍ଦ୍ଦେଶକଙ୍କ ଉପରେ ମଧ୍ୟ ୩ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।

ସୂଚନାଯୋଗ୍ୟ ନଭେମ୍ବର ୨୬ ତାରିଖ ଦିନ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ‘ଏୟାର୍‌ ଇଣ୍ଡିଆ’ ବିମାନ ‘ଏଆଇ ୧୦୨’ ଉପରୋକ୍ତ ଘଟଣାଟି ଘଟିଥିଲା। ମଧ୍ୟାହ୍ନ ଭୋଜନ ଶେଷରେ ବିମାନର ଲାଇଟ୍‌ ସବୁ ଲିଭାଇ ଦିଆଯିବା ପରେ ନିଶାସକ୍ତ ବ୍ୟକ୍ତିଜଣକ ଉକ୍ତ ବିମାନର ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ରେ ଯାଉଥିବା ଜଣେ ୭୨ ବର୍ଷୀୟ ବୃଦ୍ଧାଙ୍କ ସିଟ୍‌ ନିକଟକୁ ଯାଇ ପ୍ୟାଣ୍ଟ୍‌ ଜିପର୍‌ ଖୋଲି ତାଙ୍କ ଉପରେ ପରିସ୍ରା କରିଥିଲେ। ଏଭଳି ପରିସ୍ଥିତିରେ କ୍ୟାବିନ୍‌ କ୍ରୁ’ମାନଙ୍କ ଉଦାସୀନତା କଥା ଉଲ୍ଲେଖ କରି ପୀଡ଼ିତା ମହିଳାଜଣକ ‘ଟାଟା ଗ୍ରୁପ୍‌’ର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ଙ୍କୁ ଅଭିଯୋଗ କରିବାରୁ ଘଟଣାଟି ଲୋକଲୋଚନକୁ ଆସିଥିଲା। ଅପରାଧୀ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରି ବିମାନର ପରିଚାରକମାନେ ମହିଳାଙ୍କୁ ପୋଷାକ ପାଲଟିବାକୁ ହଳେ ପାଇଜାମ ଓ ଚପଲ ଦେଇଥିଲେ।ଜାନୁଆରୀ ୭ରେ ଦିଲ୍ଲୀ ପୋଲିସ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା । ଏୟାର ଇଣ୍ଡିଆ ମଧ୍ୟ ତାଙ୍କ ଉପରେ ଚାରି ମାସ ଯାତ୍ରା କଟକଣା ଲଗାଇଛି ।

Leave A Reply

Your email address will not be published.