ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଟାଟା ହାତକୁ ଯିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଆଜି ଟାଟା ଗ୍ରୁପକୁ ହସ୍ତାନ୍ତର ହେବ ଏୟାର ଇଣ୍ଡିଆ ମାଲିକାନା । ଫଳରେ ମହାରାଜା ବ୍ରାଣ୍ଡ ଭାବେ ବିଶ୍ୱରେ ପରିଚିତ ଏୟାର ଇଣ୍ଡିଆ ଉପରୁ କର୍ତ୍ତୃତ୍ୱ ହରାଇବେ ସରକାର । ଗତବର୍ଷ ଅକ୍ଟୋବର ୮ରେ ଟାଟା ଗ୍ରୁପର ଅନ୍ୟତମ ସବସିଡାରୀ ଟେଲେସ ପ୍ରାଇଭେଟ ଲିମିଟେଡ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ନିଲାମ ନେବାକୁ ସମ୍ମତ ହୋଇଥିଲା । ସେପଟେ ସମସ୍ତ ବକେୟା ଅର୍ଥ ପ୍ରଦାନ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଛନ୍ତି ଇଣ୍ଡିଆନ ପାଇଲଟସ ଗିଲଡ ବା ଆଇପିଜି ଏବଂ ଇଣ୍ଡିଆନ କମର୍ସିଆଲ ପାଇଲଟସ ଆସୋସିଏସନ ବା ଆଇସିପିଏ । ଏନେଇ ଦୁଇ ସଂଗଠନ ପକ୍ଷରୁ ଏୟାର ଇଣ୍ଡିଆ ସିଏମଡି ବିକ୍ରମ ଦେବ ଦତ୍ତଙ୍କୁ ସୂଚନା ଦିଆଯାଇଛି ।

ସେହିପରି ଡିଜିସିଏଙ୍କ ପକ୍ଷରୁ ଜାରି ନିୟାମକର ଯଦି ଉଲ୍ଲଂଘନ କରାଯାଏ ତେବେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଭାରତୀୟ ଏୟାର ଇଣ୍ଡିଆ କର୍ମଚାରୀ ସଂଘ ବା ଏଆଇଇୟୁ ଏବଂ ସର୍ବଭାରତୀୟ କ୍ୟାବିନ କ୍ରିଉ ମହାସଂଘ ବା ଏଆଇସିସିଏ । ଏୟାର ଇଣ୍ଡିଆକୁ ବିକ୍ରି କରିଦିଆଯିବ ବୋଲି ସରକାର ଘୋଷଣା କରିବା ପରେ ଗତବର୍ଷ ଅକ୍ଟୋବର ୮ରେ ଟାଟା ଗ୍ରୁପ ଏହାକୁ କିଣିବା ଲାଗି ଆଗ୍ରହ ପ୍ରକାଶ କରିଥିଲା । ଏହି ଚୁକ୍ତି ଅନୁସାରେ ଏୟାର ଇଣ୍ଡିଆ ସମେତ ଏୟାର ଇଣ୍ଡିଆ ଏକ୍ସପ୍ରେସକୁ କରାୟତ୍ତ କରିବ ଟାଟାଗ୍ରୁପ । ସ୍ପାଇସ ଜେଟ ପ୍ରମୋଟର ଅଜୟ ସିଂ ଏୟାର ଇଣ୍ଡିଆ ଲାଗି ୧୫ ହଜାର ୧୦୦ କୋଟି ଟଙ୍କା ନିଲାମ ଧାର୍ଯ୍ୟ କରିଥିବାବେଳେ ଟାଟା ଗ୍ରୁପ ୧୮ ହଜାର କୋଟି ଟଙ୍କା ନିଲାମ ଧାର୍ଯ୍ୟ କରିଥିଲା ।

Leave A Reply

Your email address will not be published.