ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଋଷର ଆକ୍ରମଣ ପରେ ୟୁକ୍ରେନ୍‌ରେ ନୋ ଫ୍ଲାଇଂ ଜୋନ୍‌ ଘୋଷଣା, ଫେରିଲା ଭାରତୀୟଙ୍କୁ ଆଣିବାକୁ ଯାଇଥିବା ବିମାନ

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ପାଇଁ ୟୁକ୍ରେନରେ ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ଭାରତ। ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ଆଣିବା ପାଇଁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ୟୁକ୍ରେନ ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହପରେ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବି-୭୮୭ ପ୍ରଥମ ପର୍ଯ୍ୟାୟରେ ୟୁକ୍ରେନ ଯାଇ ୨୪୨ ଭାରତୀୟମାନଙ୍କୁ ନେଇ ଫେରିଥିଲା।

ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ଏକ ଏୟାର ଇଣ୍ଡିଆର ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ୟୁକ୍ରେନ ଯାଇଥିଲା। କିନ୍ତୁ ୟୁକ୍ରେନ୍‌ ଯାଇଥିବା ଏୟାର ଇଣ୍ଡିଆ ବିମାନ ଅଧା ବାଟରୁ ଫେରିଲା । ଯୁଦ୍ଧ ଆରମ୍ଭ ହୋଇସାରିଥିବାରୁ ଅଧାରୁ ଫେରିଲା ବିମାନ। ରୁଷିଆର ଆକ୍ରମଣକୁ ଦେଖି ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରିଛି ୟୁକ୍ରେନ୍‌। ୟୁକ୍ରେନ୍‌ରେ ସମସ୍ତ ବେସାମରିକ ବିମାନ ଉଡ଼ାଣ ବାତିଲ କରିଛି। ବର୍ତ୍ତମାନ ବାୟୁସୀମାରେ କେବଳ ଯୁଦ୍ଧ ବିମାନ ଉଡାଣ କରୁଛି।


ଅନ୍ୟପଟେ ଋଷ କ୍ୱିବ୍‌ସ୍ଥିତ ବୋରିସ୍ପିଲ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟକୁ ମଧ୍ୟ ନିଜ କବଜାକୁ ନେଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନର କିଭ୍‌ ଓ ଖାରକିଭ ଅଞ୍ଚଳ ଘନ ଘନ ବୋମା ମାଡ଼ ଚାଲିଛି।ୟୁକ୍ରେନର ସମସ୍ତ ଏୟାରବେସ୍ ଉପରେ ଆକ୍ରମଣ କରିଛି ଋଷ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନର ଏୟାରବେସ ଉପରେ ଋଷ କରିପାରେ କ୍ରୁଜ୍ ମିଜାଇଲ ଆକ୍ରମଣ । ୟୁକ୍ରେନ ରାଜଧାନୀ କିଭ୍ ଉପରେ ମଧ୍ୟ ଆକ୍ରମଣ କରିଛି ଋଷ ସେନା । କିଭ୍ ଉପରେ କ୍ରୁଜ୍ ଓ ବାଲାଷ୍ଟିକ୍ ମିଜାଇଲରେ ଆକ୍ରମଣ କରିଛି ଋଷ । ସେପଟେ ୟୁକ୍ରେନର ଓଡେଶା ସହରକୁ ଘେରିଛି ଋଷର ନୌ-ସେନା । ୟୁକ୍ରେନର ଓଡେଶା ତଟ ଉପରେ ଜୋରଦାର ଆକ୍ରମଣ କରିଛି ଋଷ । ୟୁକ୍ରେନର ରାଜଧାନୀ ସହ ଚାରୋଟି ସହର ଉପରେ ଜୋରଦାର ଆକ୍ରମଣ କରିଛି ଋଷ ।

Leave A Reply

Your email address will not be published.