ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିମାନ ଉଡାଣ ପାଇଁ ବାଧକ ୫-ଜି ଟେକ୍ନୋଲୋଜି: ଆମେରିକାକୁ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଜାତୀୟ ପରିବହନକାରୀ ଏୟାର ଇଣ୍ଡିଆ ବୁଧବାର (ଜାନୁଆରୀ ୧୯) ରେ ଆମେରିକାର ଅନେକ ବିମାନ ଚଳାଚଳ କରିପାରିବ ନାହିଁ ।  ବୁଧବାର ଦିନ ଦିଲ୍ଲୀ-ଜେଏଫକେ-ଦିଲ୍ଲୀ ଏବଂ ମୁମ୍ବାଇ-ଇଡବ୍ଲ୍ୟୁ-ମୁମ୍ବାଇ ବିମାନ ଚଳାଚଳ କରିପାରିବ ନାହିଁ। ଏ ନେଇଅଫିସିଆଲ୍ ଟ୍ବିଟର ହ୍ୟାଣ୍ଡେଲ ଏୟାର ଇଣ୍ଡିଆ ଟ୍ବିଟ କରି ଯାତ୍ରୀମାନଙ୍କୁ ସୂଚନା ଦେଇଛି।


ସୁଚାନା ଅନୁଯାୟୀ, ଆମେରିକାରେ ୫-ଜି ଟେକ୍ନୋଲୋଜି ଲାଗୁ ହୋଇଛି ।  ଏହା ବିମାନ ଉଡାଣ ପାଇଁ ବିପଦ ସୃଷ୍ଟି କରିବ ବୋଲି କୁହଯାଉଛି । ଏହି ଟେକ୍ନୋଲୋଜି ପାଇଁ ବିମାନ ଗୁଡିକର ଅବତରଣ ସମୟରେ ଏହାର ଇଂଜିନ ଓ ବ୍ରେକିଙ୍ଗ ସିଷ୍ଟମରେ ସମସ୍ୟା ଦେଖାଦେଇପାରେ ବୋଲି ସୂଚନା ରହିଛି । ଏପରି ବିପଦକୁ ଏଡାଇବାକୁ ଏୟାର ଇଣ୍ଡିଆ ନିଜର ଏକାଧିକ ଉଡାଣକୁ ରଦ୍ଦ କରିଛି । ବିଶେଷ କରି ଆମେରିକାକୁ ସମସ୍ତ ଉଡାଣକୁ ବାତିଲ କରିଛି ଏୟାର ଇଣ୍ଡିଆ । ଏ ସଂକ୍ରାନ୍ତରେ ସଦ୍ୟତମ ସୂଚନା ଖୁବ୍‌ ଶୀଘ୍ର ଜଣାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.