ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ଆଉ ଏକ ସୁପରସୋନିକ ଫାଇଟର ଜେଟ୍ ମିଗ-୨୧ , ପାଇଲଟ୍ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନାର ଆଉ ଏକ ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତ-ପାକିସ୍ତାନ ସୀମା ଜୈସଲମର ନିକଟରେ ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାକୁ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ କେଉଁ କାରଣ ପାଇଁ ଏହି ଦୁର୍ଘଟଣା ହୋଇଛି ତାହା ଏବେ ତଦନ୍ତ ପରେ ହିଁ ଜଣାପଡ଼ିବ । ଖରାପ ପାଗ ପାଇଁ ନା କିଛି, ଯାନ୍ତ୍ରିକ ତ୍ରୁଟି ପାଇଁ ଏହି ଦୁର୍ଘଟଣା ହୋଇଛି ତାହା ତଦନ୍ତ ପରେ ହିଁ ଜଣା ପଡ଼ିବ ।

କୁହାଯାଉଛି, ଶୁକ୍ରବାର ସନ୍ଧ୍ୟା ୮ଟା ୩୦ରେ ବିମାନ ଦୁର୍ଘଟଣା ଘଟିଛି। ବିମାନଟି ନିୟମିତ ଉଡାଣରେ ଥିଲା। ଘଟଣାର ସୂଚନା ମିଳିବା ମାତ୍ରେ ବାୟୁସେନାର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜୈସଲମେର ପୋଲିସ ଅଧୀକ୍ଷକ ଅଜୟ ସିଂହ କହିଛନ୍ତି, ବିମାନ ଦୁର୍ଘଟଣା ଜାତୀୟ ପାର୍କ ଅଞ୍ଚଳର ମରୁଭୂମିରେ ଘଟିଛି।


ସୂଚନାଯୋଗ୍ୟ  ଗତ 8 ତାରିଖରେ ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ଭାରତର ପ୍ରଥମ ସିଡିଏସ ଜେନେରାଲ ବିପିନ ରାଓ୍ୱତଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ଭାରତୀୟଙ୍କ ମନରୁ ଲିଭିନଥିବା ବେଳେ ଆଜି ବାୟୁ ସେନାର ଆଉ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Leave A Reply

Your email address will not be published.