ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରତୀୟ ବାୟୁସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର

ନୂଆଦିଲ୍ଲୀ : ବଢି଼ଲା ଭାରତୀୟ ବାୟୁସେନାର ଶକ୍ତି । ବାୟୁସେନାରେ ସାମିଲ ହୋଇଛି ସ୍ୱଦେଶୀ ଲାଇଟ୍ କମ୍ବାଟ ହେଲିକପ୍ଟର ବା ଏଲସିଏଚ । ଯୋଧପୁର ଏୟାରବେସରେ ୧୦ଟି ଏଲସିଏଚ ବାୟୁସେନାରେ ସାମିଲ ହୋଇଛି । ଏହି ହେଲିକପ୍ଟର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ଦ୍ବାରା ପ୍ରସ୍ତୁତ କରାଯାଇଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆନୁଷ୍ଟାନିକ ଭାବେ ବାୟୁସେନାରେ ଏହାକୁ ସାମିଲ କରିଛନ୍ତି।


ଅତ୍ୟାଧୁନିକ ଯନ୍ତ୍ରପାତି ସହ ଏହି ହେଲିକେପ୍ଟର ବେଶ୍ କ୍ଷମତା ସମ୍ପୂର୍ଣ୍ଣ ହୋଇଛି । ଶତ୍ରୁ ପକ୍ଷକୁ ଆକ୍ରମଣ କରିବାକୁ ବେଶ ସହାୟକ ହେବ । ହେଲିକପ୍ଟରର ଓଜନ ୬ ଟନ୍ ଥିବା ବେଳେ ମିଶାଇଲ ଧାରଣର କ୍ଷମତା ମଧ୍ୟ ରହିଛି । ସବୁଠୁ ଗୁରୁତୁତ୍ବପୂର୍ଣ୍ଣ ହେଲା ଶତ୍ରୁ ଦେଶର ରାଡାରରୁ ଅତି ସହଜରେ ଖସିପାରିବା ଭଳି କ୍ଷମତା ରଖିଛି ହେଲିକପ୍ଟର । ଲଦାଖଠୁ ଆରମ୍ଭ କରି ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ହେଲିକପ୍ଟରକୁ ବ୍ୟବହାର କରିହେବ । ହେଲିକପ୍ଟର ହାଲୁକା ଓ ପତଳା ହୋଇଥିବାରୁ ଜୋରରେ ପବନ ବହୁଥିଲେ ମଧ୍ୟ ବିଶେଷ କ୍ଷତି ହେବ ନାହିଁ ।


ଭାରତୀୟ ବାୟୁସେନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)ର ପ୍ରଥମ ବ୍ୟାଚ୍ ମୁତୟନ କରାଯାଇଛି। ଏହି ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)କୁ ସେନା ପକ୍ଷରୁ ରାଜସ୍ତାନର ଲଙ୍ଗେୱାଲାଠାରେ ମୁତୟନ କରାଯାଇଛି । ଏହି ଲଙ୍ଗେୱାଲାରେ ହିଁ ଭାରତୀୟ ସେନା ୧୯୭୧ ଯୁଦ୍ଧରେ ପାକିସ୍ତାନୀ ସେନାର ଆକ୍ରମଣର ମୁହଁତୋଡ ଜବାବ ଦେଇଥିଲା । ଏହି ହାଲୁକା ଯୁଦ୍ଧ ହେଲିକପ୍ଟରକୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ବିକଶିତ କରିଛି । ପାହାଡ଼ିଆ ଅଞ୍ଚଳରେ ମୁତୟନ ପାଇଁ ଏହି ହେଲିକପ୍ଟରକୁ ଖାସ୍ ଡିଜାଇନ କରାଯାଇଛି।


ସୋମବାର ଯୋଦ୍ଧପୁରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସଲ ଭି.ଆର.ଚୌଧୁରୀଙ୍କ ଉପସ୍ଥିତିରେ ଏଲସିଏଚ୍ ବାୟୁସେନା ସ୍କ୍ୱାଡ୍ରନରେ ସାମିଲ ହୋଇଛି। ୫.୮ ଟନ ଓଜନ ଦୁଇ ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟର ପରୀକ୍ଷଣ ପୁରା ହୋଇସାରିଛି। ଗତମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ଅନ ସିକ୍ୟୁରିଟି ବୈଠକରେ ସ୍ୱଦେଶ ନିର୍ମିତ ଲିମିଡେଟ୍ ସିରିଜ ପ୍ରଡକ୍ସନ (ଏଲଏସପି) ଏଲସିଏଚ୍ କ୍ରୟକୁ ମଞ୍ଜୁର କରିଥିଲେ। ୩,୮୮୭ କୋଟି ଟଙ୍କା ବ୍ୟୟରେ ୧୫ଟି ଏଲସିଏଚ୍ କ୍ରୟ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ୧୦ଟି ବାୟୁସେନାକୁ ଓ ୫ଟି ଭାରତୀୟ ସେନାକୁ ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଥିଲା।

ଏଲସିଏଚ୍ ଅନ୍ଧାରରେ ମଧ୍ୟ ଅପରେସନ ଲାଗି ସକ୍ଷମ ବୋଲି ଅଧିକାରୀମାନେ କହିଛନ୍ତି। ଏହା ଏଥି ପାଇଁ ଖାସ ଯେ ଯୁଦ୍ଧବେଳେ ନିଜର ରକ୍ଷା ନିମନ୍ତେ ଶତ୍ରୁର ବାୟୁ ରକ୍ଷାକୁ ନଷ୍ଟ କରିବାରେ ଏହା ସକ୍ଷମ। ଏଲସିଏଚକୁ ଲଦ୍ଦାଖ ଭଳି ଉଚ୍ଚସ୍ଥାନରେ ମଧ୍ୟ ମୂତୟନ କରାଯାଇପାରିବ। କାରଣ ଏହା ପାହାଡରେ ନିର୍ମିତ ବଙ୍କର ଧ୍ୱଂସ କରିବାରେ କୁଶଳ। ଏହାକୁ ଜନବସତୀ ଅଞ୍ଚଳ ସମେତ ଜଙ୍ଗଲରେ ଆତଙ୍କବାଦ ବିରୋଧୀ ଅଭିଯାନରେ ମଧ୍ୟ ବ୍ୟବହାର କରାଯାଇପାରିବ। ଏହି ହେଲିକପ୍ଟରକୁ ସମୁଦ୍ର, ମରୁଭୂମି ଓ ସିୟାଚେନ ଭଳି ଉଚ୍ଚ ସ୍ଥାନରେ ପରୀକ୍ଷଣ କରାଯାଇଥିଲା ।

Leave A Reply

Your email address will not be published.