ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଟସା ଅଧିନରେ ଭାରତ ଉପରେ ପ୍ରତିବନ୍ଧକ ଲଗାଇବା ମୁର୍ଖାମୀ ହେବ- ଆମେରିକୀୟ ସାଂସଦ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଆମେରିକା ଋଷିଆ ଉପରେ ଅନେକ କଟକଣା ଜାରି କରିଛି। ଏହା ସହିତ ରୁଷିଆରୁ S-400 ଚୁକ୍ତି ନେଇ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି। ଏହା ଉପରେ ଟେକ୍ସାସ ଷ୍ଟେଟ ସିନେଟର ଟେଡ କ୍ରୁଜ କହିଛନ୍ତି  ବାଇଡେନ ପ୍ରଶାସନର କାଟସା (CAATSA) ଅଧୀନରେ ଭାରତ ଉପରେ ଯଦି କୌଣସି ପ୍ରତିବନ୍ଧକ ଲଗାଇବେ ତାହା ଆମେରିକା ପାଇଁ ମୁର୍ଖାମୀ ହେବ।

ସିନେଟର ଟେଡ୍ କ୍ରୁଜ କହିଛନ୍ତି ଯେ, ବାଇଡେନ ପ୍ରଶାସନ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଖରାପ ହୋଇଯାଇଛି। ଅନେକ କ୍ଷେତ୍ରରେ ଭାରତ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରହିଆସିଛି। ନିକଟ ଅତୀତରେ ଭାରତ-ଆମେରିକା ମିଳିତ ମଞ୍ଚ ଅଧିକ ଶକ୍ତିଶାଳୀ ହୋଇଛି।  କିନ୍ତୁ ବାଇଡେନ ପ୍ରଶାସନରେ ପଛରେ ପଡିଛି। କାଟସା (କାଉଣ୍ଟରିଙ୍ଗ୍ ଆମେରିକାସ୍ ଏଡଭାରସାରିଜ୍ ଥ୍ରୁ ସାନ୍କସନ୍ସ ଆକ୍ଟ୍) ଅନୁସାରେ ଭାରତ ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛି। ମୋତେ ଲାଗୁଛି ଏହା ଅତ୍ୟନ୍ତ ମୂର୍ଖତାପୂର୍ଣ୍ଣ ହେବ।

CAATSA ନିୟମ କ’ଣ?
୨୦୧୮ ରେ ଆମେରିକାରେ CAATSA ନିୟମ ଲାଗୁ କରାଯାଇଥିଲା । ଏହି ଆଇନର ଉଦ୍ଦେଶ୍ୟ ହେଉଛି ଇରାନ, ଉତ୍ତର କୋରିଆ ଏବଂ ଋଷର ଆକ୍ରୋଶର ମୁକାବିଲା କରିବା। ଏହି ନିୟମ ଅଧିନରେ ଆମେରିକା ସରକାର ଋଷରୁ ପ୍ରମୁଖ ଅସ୍ତ୍ର କିଣୁଥିବା ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତା ପ୍ରଦାନ କରିଥାଏ।

ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀରେ ରୁଷର ୪୯ % ଅଂଶଧନ 

ଋଷ ହେଉଛି ବିଶ୍ୱର ସର୍ବବୃହତ ଅସ୍ତ୍ରଶସ୍ତ୍ର ନିର୍ମାତା । ଭାରତ ପ୍ରତିବର୍ଷ ଋଷରୁ ମୋଟ ଅସ୍ତ୍ର କ୍ରୟର ୪୯% କ୍ରୟ କରିଥାଏ । ଡିସେମ୍ବର ୭, ୨୦୨୧ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଷ ଗସ୍ତ ସମୟରେ ୬ ଲକ୍ଷ AK-203 ରାଇଫଲର ଚୁକ୍ତି ହୋଇଛି।  ଏହା ବ୍ୟତୀତ S-400 କ୍ଷେପଣାସ୍ତ୍ର ମଧ୍ୟ ଭାରତକୁ ଆସିବ ବାକି ଅଛି। ଏଭଳି ପରିସ୍ଥିତିରେ ଯଦି ଆମେରିକା ତରଫରୁ ଏହି ଆଇନ ଭାରତ ବିରୁଦ୍ଧରେ ବ୍ୟବହୃତ ହୁଏ, ତେବେ ଏହି ଅସ୍ତ୍ରଶସ୍ତ୍ର ଆମଦାନୀ ପ୍ରଭାବିତ ହେବ।

Leave A Reply

Your email address will not be published.