ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର, କେବଳ ପାର୍ସଲ ନେଇପାରିବେ ଲୋକେ

ଭୁବନେଶ୍ୱର: ରାଜ୍ୟରେ ଦିନକ ପରେ ଆରମ୍ଭ ହେଉଥିବା ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର । କିନ୍ତୁ ଆହାର କେନ୍ଦ୍ରରେ ବସି ଖାଇବାକୁ ଅନୁମିତି ଦିଆଯିବ ନାହିଁ । ଆହାର କେନ୍ଦ୍ରରୁ ପାର୍ସଲ ନେଇପାରିବେ ଲୋକେ । ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।
ଅଧିକ ପଢନ୍ତୁ
ଦିନକ ପରେ କଟକଣା ଲାଗୁ ହେବାକୁ ଥିବାବେଳେ ତେବେ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ତେବେ ଏହି ସମୟରେ ରାଜ୍ୟର ସମସ୍ତ ଆଇଆଇଟି, ଆଇଆଇଏମଏସ ହଷ୍ଟଲ ଗୁଡିକ କୋଭିଡ ଗାଇଡଲାଇନ ଅନୁଯାୟୀ ଖୋଲା ରହିବ । ପିପିଲି ଉପନିର୍ବାଚନ ପାଇଁ ସମସ୍ତ କାର୍ଯ୍ୟକ୍ରମକୁ କଟକଣାରୁ ବାଦ୍ ଦିଆଯାଇଛି । ୫ ତାରିଖରୁ ୧୯ ତାରିଖ ଯାଏଁ ଲାଗୁ ହେବ ଲକଡାଉନ୍ କଟକଣା ।
ଏଥିସହିତ ପଢ଼ନ୍ତୁ