ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀ ଜାହାଙ୍ଗିରପୁରୀରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗିରପୁରୀରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି। ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟାରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍କୁ ସୁପ୍ରିମକୋର୍ଟଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତି ଶୁଣାଣି ନ ହେବା ଯାଏ ଉଚ୍ଛେଦ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଅଭିଯୁକ୍ତଙ୍କ ବିରୋଧରେ ମ୍ୟୁନିସିପାଲିଟିର କଡ଼ା ଆକ୍ସନ ଆରମ୍ଭ କରିଥିଲା।  ଏପ୍ରିଲ ୨୦ ଏବଂ ୨୧ ଦୁଇଦିନ ଧରି ବେଆଇନ୍‌ ଉଚ୍ଛେଦ ହେବାର ଥିଲା । ଆଜି ସକାଳୁ ଜାହାଙ୍ଗୀରପୁରୀରେ ବୁଲଡୋଜର ପହଞ୍ଚି ଅବୈଧ ନିର୍ମାଣ ଉଚ୍ଛେଦ କାର୍ଯ୍ଯ ଆରମ୍ଭ କରିଥିଲା। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଉଚ୍ଛେଦସ୍ଥଳରେ ୪୦୦ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ।

ସୂଚନା ଅନୁଯାୟୀ, ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବେଳେ କିଛି ଅସାମାଜିକ ବ୍ୟକ୍ତି ଟେକା ପଥର ମାଡ଼ କରିଥିଲେ । ଏହି ହିଂସାରେ ୯ ଜଣ ଆହତ ହୋଇଛନ୍ତି । ଦିଲ୍ଲୀ ପୁଲିସ ଏହି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.