ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ କୃଷି ଅଧିକାରୀ, ୭ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ । ଲଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ହିମାଂଶୁ।  ପିଓଏସ୍ ମେସିନ୍ ନବୀକରଣ ପାଇଁ ଆଗଲପୁର ବ୍ଲକ୍ ପଣକିଡାଲର ଦୁର୍ଯ୍ଯୋଧନ ବାରିକଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ପାଣ୍ଡକିଟାଲ ଠାରେ ଥିବା ଦୁର୍ଯ୍ଯୋଧନ ବାରିକଙ୍କ ପିଓଏସ ମେସିନ ନବୀକରଣ କରିବା ପାଇଁ ଆବେଦନ କରିଥିଲେ। ଏଥିପାଇଁ ଜିଲା କୃଷି ଅଧିକାରୀ ଶ୍ରୀ ପାଢ଼ୀ ତାଙ୍କୁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେ ପୂର୍ବରୁ ତିନି ହଜାର ଟଙ୍କା ଦେଇଥିବା ବେଳେ ଆଉ ସାତ ହଜାର ଟଙ୍କା ନେଇ ମଙ୍ଗଳବାର ଅଫିସରେ ପହଞ୍ଚି ଥିଲେ। ପୂର୍ବରୁ ଏ ନେଇ ଭିଜିଲାନ୍ସକୁ ସେ ସୂଚନା ଦେଇଥିଲେ । ଲାଞ୍ଚ ନେବା ସମୟରେ ବଲାଙ୍ଗୀର ଭିଜିଲାନ୍ସ ଚଢ଼ାଉ କରିଥିଲା। ସମ୍ପୃକ୍ତ ଅଧିକାରୀଙ୍କୁ ଭିଜିଲାନ୍ସ ଅଟକ ରଖିବା ସହ ତାଙ୍କ ଅଫିସ, ଭଡା ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଛି ।

Leave A Reply

Your email address will not be published.