ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟକୁ ପୁଣି ଥରେ ସିଲ କଲା BMC

ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢାଉଛନ୍ତି କିଛି ଅମାନିଆ । ରାଜ୍ୟ ସରକାରଙ୍କ କରୋନା କଟକଣାକୁ ମାନୁନାହାନ୍ତି ରାଜଧାନୀବାସି । କୌଣସି ନା କୌଣସି ଉପାୟରେ ଭାଙ୍ଗିବାକୁ ଲାଗିଛନ୍ତି କଟକଣା। କରୋନା କଟକଣାକୁ ଉଲଘଂନ କରିଥିବାରୁ ଭୁବନେଶ୍ୱର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟକୁ ପୁଣି ଥରେ ସିଲ କଲା BMC । ଦୋକାନ ପଛପଟ ଗେଟରେ ଚାଲୁଥିଲା ବେପାର । ବେପାର ଚାଲିଥିବା ନେଇ ଖବର ପାଇଥିଲା BMC । ଦୋକାନ ଭିତରେ କରୋନା କଟକଣା କୁ ଉଲଘଂନ କରି ଅନେକ ଲୋକ ଭିଡ ଜମାଇଥିଲେ । ସେଥିପାଇଁ ଗ୍ରାହକଙ୍କୁ ମଧ୍ୟ ଜୋରିମାନା କରିଛି BMC । ତେବେ ଏହା ପୂର୍ବରୁ ମଧ୍ୟ ରଜ ସାବିତ୍ରୀ ସମୟରେ ତାରିଣୀ ବସ୍ତ୍ରାଳୟକୁ ସିଲ୍‌ କରାଯାଇଥିଲା।

Leave A Reply

Your email address will not be published.