ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଦବିଲା ନଳପୋଖରୀ କଲଭର୍ଟ

ରାଜକନିକା : ରାଜକନିକାରେ ଅବସ୍ଥିତ ଗ୍ରାମ୍ୟନିର୍ମାଣ ଉପଖଣ୍ଡର ଆୟତନ-ଗଜରାଜପୁର ରାସ୍ତାର ନଳପୋଖରୀଛକରେ ଥିବା କଲଭର୍ଟ ଗତ ଅକ୍ଟୋବର ମାସରେ ସଂପୂର୍ଣ୍ଣ ଧସି ପଡି ଯୋଗାଯୋଗ ବିଛିନ୍ନ ହେବା ପରେ ବିଭାଗ ପକ୍ଷରୁ ସେହି ସ୍ଥାନକୁ ତରବରିଆ ଭାବରେ ମରାମତି କରି ଦିଆଯାଇଥିଲା । ପୂର୍ବକନିକାକୁ ସଡକ ପଥର ଏହି ଏକମାତ୍ର ଯୋଗାଯୋଗର ମାଧ୍ୟମ ରାସ୍ତାରେ ପ୍ରତିଦିନ ଭାରୀଯାନ ଯିବା ଆସିବା କରୁଥିବା ବେଳେ ବର୍ତମାନ ସରକାରୀ ଧାନମଣ୍ଡିରୁ ଧାନ ନେବାକୁ ଯାଉଥିବା ଟ୍ରକ ଗୁଡିକ ମଧ୍ୟ ସେହି କଲଭର୍ଟ ନିକଟରେ ଦବିଯାଉଛି । ସମସ୍ୟାକୁ ନାମକୁ ମାତ୍ର ଟାଳି ଦେଇ ବିଭାଗୀୟ ଜେଇ ଅଚିନ୍ତାରେ ଥିବା ବେଳେ ଦିନକୁ ଦିନ ପୋତା ଯାଇଥିବା ଏହି କଲଭର୍ଟର ଉଭୟ ପାଖରୁ ମାଟି ଧସିବା,କଲଭର୍ଟର ମଧ୍ୟଭାଗରେ ୩ ଫୁଟରୁ ଅଧିକ ଗାଡ ହେବାରୁ ପୁଣି ସେହି ଅବସ୍ଥାରେ ଅତ୍ୟନ୍ତ ବିପଦଜନକ ଭାବରେ ଗମନାଗମନ ଜାରି ରହିଛି । ନିଜ ବିଭାଗ ଅଧୀନରେ ଥିବା ରାସ୍ତା ପ୍ରତି ସାମାନ୍ୟତମ ଦୃଷ୍ଟି ରଖୁ ନ ଥିବା ସରକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ ଯିବା ପରେ କଣ ହୋଇଛି,ଆମେ ଦେଖୁଛୁ ବୋଲି ହାଲୁକା ଉତର ଦେବା ସମସ୍ୟା ପ୍ରତି ସାମାନ୍ୟତମ ଆନ୍ତରିକତା ରଖୁ ନ ଥିବା ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.