ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକରୁ ପୁଣି ଜବତ ହେଲା ନକଲି ଔଷଧ

କଟକ: ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ। ଦୋଳମୁଣ୍ଡାଇ ନିକଟ ଏକ ଟ୍ରାନ୍ସପୋର୍ଟ ସଂସ୍ଥାରୁ ଜବତ ହୋଇଛି ନକଲି ଔଷଧ । ପ୍ରାୟ ୧୫୦୦ ଷ୍ଟ୍ରିପ୍ ନକଲି ଟେଲମା ୪୦ ଜବତ କରିଛି କଟକ ପୁରୀ ଘାଟ ପୁଲିସ । ରାଜ୍ୟ ବାହାରୁ ଟ୍ରାନ୍ସପୋର୍ଟ ଯୋଗେ ଆସିଥିଲା ଔଷ । କଳାତାଲିକା ଭୁକ୍ତ ଭି.ଆର ଏଜେନସିର ଔଷଧ ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।

ତେବେ ପୂର୍ବରୁ ମଧ୍ୟ ଖୋର୍ଦ୍ଧା ଏବଂ କଟକରୁ ନକଲି ଔଷଧ ଜବତ ହୋଇଛି। ଟେଲମା-୪୦ ଓ ଟାଲମା ଏମର ଅସଲି ଖୋଳରେ ନକଲି ଔଷଧ ବିକ୍ରି ରାକେଟର ପର୍ଦ୍ଦାଫାସ କରିଥିଲା ପୁଲିସ । କଟକରେ ଦୁଇ ଷ୍ଟକିଷ୍ଟଙ୍କୁ ଗିରଫ ମଧ୍ୟ କରିଥିଲା ପୁଲିସ । ସେବେଠୁ ତଦନ୍ତ ଚାଲିଥିଲା ଆଉ ଆଜି ପୁଣି ନକଲି ଟେଲମା ୪୦ ଜବତ ହୋଇଛି। ତେବେ ଏହାର ଚେର ଆହୁରି ଲମ୍ବିଥିବ ବୋଲି ପୋଲିସ ସନ୍ଦେହ କରୁଛି ।

Leave A Reply

Your email address will not be published.