bitcoin
Bitcoin (BTC) 2,274,748.63 1.05%
ethereum
Ethereum (ETH) 141,206.80 6.84%
tether
Tether (USDT) 77.51 0.07%
usd-coin
USD Coin (USDC) 77.59 0.18%
bnb
BNB (BNB) 23,916.33 5.60%
xrp
XRP (XRP) 30.40 3.27%
binance-usd
Binance USD (BUSD) 77.59 0.11%
cardano
Cardano (ADA) 37.24 6.67%
solana
Solana (SOL) 3,417.39 8.83%
dogecoin
Dogecoin (DOGE) 6.08 5.57%

ଅସହ୍ୟ ଖରାରେ ଜଳୁଛି ସାରା ଓଡ଼ିଶା: ୪୪.୫ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଅସହ୍ୟ ଖରାରେ ଜଳୁଛି ସାରା ଓଡ଼ିଶା । ଡହଡହ ଖରା ସହ ଝାଞ୍ଜି ମାଡ଼ ସମସ୍ୟାକୁ ଦ୍ବିଗୁଣିତ କରୁଛି। ପ୍ରାୟ ସହରର ପାରଦ ଉପରମୁହାଁ ହୋଇ ରହିଛି। କାଳବୈଶାଖୀ ପ୍ରଭାବରେ ତାତି କମିବ ବୋଲି ଅଶା କରାଯାଉଥିଲେ ହେଁ  ତାତି ୪୦ ଡିଗ୍ରୀ ତଳକୁ ଖସିବା ନାଁ ଧରୁନି। ରାଜ୍ୟର ୧୮ ସହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିବା ବେଳେ ୬ ସହରରେ ଦିନର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି। ଆଜି ୪୪.୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି।

ଅନୁଗୁଳରେ ୪୩.୫ ଡ଼ିଗ୍ରୀ, ଝାରସୁଗୁଡ଼ାରେ ୪୩ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ସମ୍ବଲପୁରରେ ୪୨.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ, ହୀରାକୁଦ ୪୧.୪ ଡିଗ୍ରୀ, ଭବାନୀପାଟନାରେ ୪୧ ଡିଗ୍ରୀ, ବଲାଙ୍ଗୀରରେ ୪୩ ଡିଗ୍ରୀ, ଫୁଲବାଣୀରେ ୪୨.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୧.୮ ଡିଗ୍ରୀ, ମାଲକାନଗିରିରେ ୪୦ ଡିଗ୍ରୀ, ସୋନପୁରରେ ୪୩.୫ ଡ଼ିଗ୍ରୀ, ନୟାଗଡ଼ରେ ୪୧ ଡ଼ିଗ୍ରୀ, ଯାଜପୁରରେ ୪୧ ଡ଼ିଗ୍ରୀ, ବରଗଡ଼ରେ ୪୦.୪ ଡ଼ିଗ୍ରୀ, ଦେବଗଡ଼ରେ ୪୨.୫ ଡ଼ିଗ୍ରୀ, ନୂଆପଡ଼ାରେ ୪୦ ଡିଗ୍ରୀ ତାପମାତ୍ରା ରହିଛ।

Leave a comment