ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ ବିଭାଗର ଉପରଠାଉରିଆ କାର୍ଯ୍ଯକ୍ରମ: ବନ୍ୟପ୍ରାଣୀ ସପ୍ତାହ ସରିବାର ଦିନକ ପରେ ପୁଣି ଦନ୍ତା ହାତୀ ଶିକାର

ଠାକୁରମୁଣ୍ଡା : ବିଶ୍ବ ବନ୍ୟପ୍ରାଣୀ ସପ୍ତାହ ପାଳନ ସରିବା ଦିନକ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳରେ ଗୋଟିଏ ଦନ୍ତା ହାତୀର ଶିକାର ଘଟଣା ସମସ୍ତ ବିଧି ବ୍ୟବସ୍ଥାର ମୁଖା ଖୋଲିଦେଇଛ। ହାତୀ ମୃତ୍ୟୁ ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ  ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଜକୁ ରକ୍ଷା କରିବା ପାଇଁ ବନ ବିଭାଗ ଉଦ୍ୟମ ଚଳାଇଛି। ତେବେ ବନ ବିଭାଗର ଖାମ ଖିଆଲ ନୀତି, ଲୋକସମ୍ପର୍କର ଅଭାବ ଯୋଗୁଁ ତଥା ମାଫିଆଙ୍କ ସହ ନିବିଡ଼ ସମ୍ପର୍କ ପାଇଁ ହାତୀ ମୃତ୍ୟୁ ଅଭିଯୋଗ ଉଠିଛି।

ବଣ୍ୟପ୍ରାଣୀ ସପ୍ତାହ ନସରୁଣୁ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ବନ ବିଭାଗର ଉପରଠାଉରିଆ କାର୍ଯ୍ଯକ୍ରମ ଉପରେ ଅଙ୍ଗୁଳି ନିର୍ଦେଶ କରୁଛି। ତେବେ ହାତୀଟି ଗୁଳି ଖାଇ ଜଙ୍ଗଲ ବାହାରକୁ ଆସି ଗାଁ ପାଖରେ ମରି ପଡିଥିବା କୁହାଯାଉଛି। ହାତୀ ପଡିଥିବା ଜାଗାରେ ଉପର ପଟକୁ କୌଣସି କ୍ଷତ ନଥିବାରୁ ଏହା ଗୁଳି କିମ୍ବା ବିଷ ପ୍ରୟୋଗରୁ ମୃତ୍ୟୁ ସଠିକ ଜଣାପଡିନାହିଁ। ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝର ସେକ୍ସନର ଭେଜିଡିହା ବିଟର ମଙ୍ଗଳକଚାରେ ହାତୀଟି ଜୀବନ ହାରିଥିବା ଦେଖାଯାଇଛି । ହାତୀ ମୃତ୍ୟୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଛି। ବ୍ୟବଛେଦ ପରେ ପ୍ରକୃତ ତଥ୍ୟ ଜଣାପଡିବ।

Leave A Reply

Your email address will not be published.