ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଏକ ସନ୍ଦିଗ୍ଧ ପାରା ଠାବ, ଗୋଡ଼ରେ ଲାଗିଛି ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ୍

ଅସ୍ତରଙ୍ଗ: ପୁଣି ଓଡ଼ିଶାରେ ସନ୍ଦିଗ୍ଧ ପାରା ଠାବ ହୋଇଛି। ଅସ୍ତରଙ୍ଗ ବ୍ଲକ ନାନପୁର ପତିସାହିରେ ସନ୍ଦିଗ୍ଧ ପାରା ଠାବ ହୋଇଛି । ତାର ଦୁଇ ଗୋଡ଼ରେ ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ ରହିଛି। ଜଣେ ବ୍ୟକ୍ତିଙ୍କ ଛାତ ଉପରେ ଗତ ସପ୍ତାହେ ହେଲା ପାରାଟି ଉଡ଼ିବୁଲୁଥିଲା । ଆଜି ତାକୁ ଲୋକମାନେ କାବୁ କରିବା ପରେ ତାର ଗୋଡ଼ରେ ପିତଳ ଓ ପ୍ଲାଷ୍ଟିକ ଟ୍ୟାଗ ଥିବା ଦେଖିବାକୁ ପାଇ ସନ୍ଦେହ ପ୍ରକାଶ କରିଥିଲେ । ଟ୍ୟାଗରେ ready bsp dn ଓ ୩୧ ବୋଲି ଲେଖା ହୋଇଛି। ତେବେ ବାସ୍ତବରେ ଏହି ଟ୍ୟାଗ କଣ ସୂଚିତ କରୁଛି ସେନେଇ ତଦନ୍ତ ପାଇଁ ଦାବି ହୋଇଛି । କିଛିଦିନ ତଳେ ପାରାଦୀପ ସମୁଦ୍ରରୁ ଏକ ପାରାକୁ ଉଦ୍ଧାର କରି ପୁଲିସକୁ ହସ୍ତାନ୍ତର କରିଥିଲେ ମତ୍ସ୍ୟଜୀବୀ । ପାରାଟିର ଗୋଡ଼ରେ କ୍ୟାମେରା, ଚିପ ରହିଥିବାବେଳେ ଡେଣାରେ ବିଦେଶୀ ଭାଷା ଲେଖାଥିଲା । ବର୍ତ୍ତମାର ପାରାକୁ ନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.