ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୟାଳୁ ଚୋର: ଚୋରି ପରେ ଘର ଖର୍ଚ୍ଚ ପାଇଁ ଦେଇଗଲେ ୬ ହଜାର ଟଙ୍କା

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ବିଶିଷ୍ଟ ସମାଜସେବୀ ବର୍ଷିଆନ ରାଜନେତା ଡା. ଗଦାଧର ମଲ୍ଲିକଙ୍କ ଘରୁ ଗତ ୨୯ ତାରିଖ ସନ୍ଧ୍ୟାରେ ସଶସ୍ତ୍ର ଡକାୟତି ହୋଇଥିଲା । ଏହି ଘଟଣାକୁ ନେଇ ପୁଲିସ ତନାଘନା ତଦନ୍ତ ଚଳାଇଛି । କିନ୍ତୁ ଅଦ୍ୟାବଧି ଡକାୟତଙ୍କ ସନ୍ଧାନ ମିଳିପାରିନାହିଁ । କିନ୍ତୁ ପୁଲିସ ତଦନ୍ତ ସମୟରେ ଏକ ରୋଚକ ଘଟଣା ଦୃଷ୍ଟିକୁ ଆସିଛି । ଡକାୟତମାନେ ମାରଣାସ୍ତ୍ର ଦେଖାଇ ଟଙ୍କା ସୁନା ଲୁଟି ନେଇଥିଲେ । ଡକାୟତଙ୍କ ଆକ୍ରମଣରେ ଡା. ମଲ୍ଲିକଙ୍କ ପୁଅ ଓ ବୋହୂ ଗୁରୁତର ଆହତ ମଧ୍ୟ ହୋଇଥିଲେ । କିନ୍ତୁ ତଦନ୍ତ ବେଳେ ଯେଉଁ କଥାଟି ପୁଲିସ ନଜରକୁ ଆସିଛି ତାହା ବେସ କୌତୁହଳପ୍ରଦ । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ତପନ କୁମାର ରାଉତ କହିଛନ୍ତି ଡକାୟତମାନେ ସୁନା, ଟଙ୍କା ନେଇ ପଳାଉ ଥିବାବେଳେ ଡା. ମଲ୍ଲିକଙ୍କ ବୋହୂ ମମତା ମଲ୍ଲିକ ଡକାୟତମାନଙ୍କୁ କାକୁତିମିତି କରି କିଛି କହିଥିଲେ । ତାହା ହେଲା ଡକାୟତମାନେ ସମସ୍ତ ଟଙ୍କା ସୁନା ନେଇଯିବା ପରେ ତାଙ୍କ ଘରେ ଆଉ କାଣି କଉଡିଟିଏ ନଥିବାରୁ ସେ କିପରି ଘର ଚଳାଇବେ ବୋଲି ମମତା ଡକାୟତମାନଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଡକାୟତି ପାଇଁ ଆସିଥିବା ୪ ଜଣ ଡକାୟତଙ୍କ ମନରେ ଦୟା ଭାବ ସୃଷ୍ଟି ହୋଇଥିଲା । ଡକାୟତି କରି ନେଇ ପଳାଉଥିବା ଟଙ୍କାରୁ ଚୋରମାନେ ମମତାଙ୍କୁ ଘର ଚଳାଇବା ପାଇଁ ୬ ହଜାର ଟଙ୍କା ଫେରାଇ ଯାଇଥିଲେ। ପରେ ଆଉ ଟଙ୍କା, ସୁନା, ଓ ୨ଟି ମୋବାଇଲ ଫୋନ ନେଇ ଡକାୟତମାନେ ଚମ୍ପଟ ମାରିଥିଲେ । ତଦନ୍ତବେଳେ ଏହା ଜଣାପଡିବାରୁ ପୁଲିସକୁ ଏହି ଘଟଣା ଆଶ୍ଚର୍ଯ୍ଯଚକିତ କରିଥିବାବେଳେ ଏହାକୁ ତଦନ୍ତର ଏକ ମୁଖ୍ୟ ଅଙ୍ଗ ଭାବେପୁଲିସ ବିବେଚନା କରି ତଦନୁପାତିକ ତଦନ୍ତ ଚଳାଇଛି । ତେବେ ଚୋରମାନେ ଶିଘ୍ର ଧରା ପଡିଯିବେ ବୋଲି ପୁଲିସ କହିଛି।

Leave A Reply

Your email address will not be published.