ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ଥାୟୀ ସମାଧାନର ପ୍ରତିଶୃତି ମିଳିବା ପରେ ଯୋରନ୍ଦା ମାଘମେଳା ପାଇଁ ଫିଟିଲା ବାଟ, ପ୍ରସ୍ତୁତି ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳ ଗଁଦିଆ ବ୍ଲକର ଯୋରନ୍ଦା ମହିମାଗାଦିଠାରେ ଦୁଇ ବର୍ଷ ପରେ ହେବ ଯୋରନ୍ଦା ମେଳା । ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବିବାଦ ଯୋଗୁଁ ପ୍ରସିଦ୍ଧ ଯୋରନ୍ଦା ମେଳା ହେବା ନେଇ ଅନିଶ୍ଚିତତାରେ ଥିଲା । ଶେଷରେ ଉଭୟ ଗୋଷ୍ଠିର ମହିମା ସାଧୁମାନଙ୍କୁ ମନେଇବାରେ ସଫଳ ହୋଇଛି ପ୍ରଶାସନ। ଉଭୟ ସମାଜ ମଧ୍ୟରେ ବସିଥିବା ବୈଠକରେ ବିବାଦର ସମାଧାନ ହୋଇଛି । ଯୋରନ୍ଦା ଗାଦିରେ ଉଭୟ ବକଳ ଓ କୌପୀନଧାରୀ ବାବାଙ୍କ ମଧ୍ୟରେ ବସିଥିଲା ଗୁରୁତ୍ୱପୁର୍ଣ୍ଣ ବୈଠକ । କୌପୀନଧାରୀ ସମାଜ ଏବେ ଅସ୍ଥାୟୀ ପୀଠରେ ଉପାସନା କରିବାପାଇଁ ହୋଇଛି ନିଷ୍ପତି । ପ୍ରଶାସନ ରଖିଥିବା ସର୍ତକୁ ମଧ୍ୟ ସ୍ୱୀକାର କରିଛନ୍ତି କୌପୀନ ବାବା । ତେବେ ମାଘ ମେଳା ପରେ ପରେ ସେମାନଙ୍କ ପାଇଁ ଏକ ସ୍ଥାୟୀ ପୀଠ କରାଯିବ ବୋଲି ମଧ୍ୟ କୁହାଯାଇଛି ।

Leave A Reply

Your email address will not be published.