ବିଷାକ୍ତ ଖାଦ୍ୟ ମୃତ୍ୟୁ ମାମଲା: ପୁଅ-ଝିଅଙ୍କ ପରେ ଆଜି ଆଖିବୁଝିଲେ ମା’

ବଡ଼ମ୍ବା: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ଚାଲିଗଲା ୩ ଜୀବନ । ଗତକାଲି ପୁଅ, ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ସେମାନଙ୍କ ମା’ ଆଖି ବୁଜିଛନ୍ତି। କଟକ ଜିଲ୍ଲା ବଡମ୍ବା ମାଣିଆବନ୍ଧ ଅଧିନ ଅଭିମାନପୁର ବୀରବରପୁର ଗାଁରେ ଘଟିଛି ଏହି ଅଘଟଣ । କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୋବିନ୍ଦ ପାତ୍ର ଏବେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗତ ଶୁକ୍ରବାର ରାତିରେ ଜରିପାଟଣା ଅଞ୍ଚଳର ଗୋବିନ୍ଦ ପାତ୍ର, ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ଚାଟ୍‌ ଖାଇବାର କିଛି ସମୟ ପରେ ଅସୁସ୍ଥ ଅନୁଭବ କରିଥିଲେ। ଏସବୁ ଖାଇବା ପରେ ରାତିରେ ସେମାନଙ୍କର ଝାଡ଼ାବାନ୍ତି ହୋଇଥିଲା। ତେଣୁ ତା’ପରଦିନ ଅର୍ଥାତ୍ ଶୁକ୍ରବାର ସକାଳେ ସମସ୍ତେ ଅଟୋ ଯୋଗେ ନିକଟସ୍ଥ ମାଣିଆବନ୍ଧ ଡାକ୍ତରଖାନାକୁ ଯାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ପ୍ରଥମେ ପୁଅ ଏବଂ ପରେ ଝିଅର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଆଜି ମେଡିକାଲରେ ଚିକିତ୍ସିତ ହେଉଥିବା ମା ରୁନୁ ପାତ୍ରଙ୍କର ବି ରାତିରେ ମୃତ୍ୟୁ ହୋଇଛି ।

Leave a comment