ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୋଗ ଖାଇ ୧୪ଜଣଙ୍କୁ ଝାଡାବାନ୍ତି, ଗୁରୁତରଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର

ଭଦ୍ରକ: ଭଦ୍ରକ ଜିଲ୍ଳା ଧୁଷୁରୀଥାନା ଅନ୍ତର୍ଗତ ସୁନ୍ଦରପୁର ଗାଁର ଜଣଙ୍କ ଘରେ ଗତକାଲି ରାତିରେ ପୂଜା ଆଳରେ କୋଭିଡ କଟକଣାକୁ ଫୁ କରି ଭଜନସମାହୋର ଓ ଭୋଜିଭାତର ଆସର ଜମିଥିଲା। ଏପରିକି ଭୋଜି ଭୋଗ ଖାଇ ରାତିରେ ଏକାଧିକ ଲୋକ ଘରକୁ ଫେରିଥିଲେ। ହେଲେ ଶେଷରେ ଭୋଜି ଖାଇଥିବା ୧୪ଜଣ ଅସୁସ୍ଥ ହୋଇପଡିବା ସହ ଝାଡାବାନ୍ତି ହେବାରୁ ଗାଁ ଲୋକ ପ୍ରଥମ ଆରଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାର କୌଣସି ଉନ୍ନତି ନ ହେବାରୁ ଭଦ୍ରକ ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା।

ଶୁକ୍ରବାର ୯ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ସାମାନ୍ୟ ସୁଧାର ଆସିଥିବାରୁ ତାଙ୍କୁ ଗାଁ ପଠାଇ ଦିଆଯାଇଛି। ହେଲେ ମେଡିକାଲରୁ ଫେରିଥିବା କିଛି ଲୋକଙ୍କର ମଧ୍ୟ ଏବେ ପୁଣି ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.