ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଞ୍ଜାବରେ ଝଟ୍‌କା : ସାଂସଦ ଶୂନ୍ୟ ଆମ୍ ଆଦମୀ ପାର୍ଟି

ଚଣ୍ଡିଗଡ଼ : ପଞ୍ଜାବ ସାଙ୍ଗରୁର ଲୋକସଭା ଆସନ ଉପ-ନିର୍ବାଚନରେ ଆପ୍‌କୁ ଶକ୍ତ ଧକ୍କା ଲାଗିଛି। ଏହି ନିର୍ବାଚନରେ ଆପ୍‌ ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ଶିରୋମଣି ଅକାଳୀ ଦଳ (ଅମୃତସର) ପ୍ରାର୍ଥୀ ସିମରଞ୍ଜିତ ସିଂ ମାନଙ୍କ ଠାରୁ ପରାଜିତ ହେବାକୁ ପଡ଼ିଛି। ସିମରଞ୍ଜିତ ପ୍ରାୟ ୭୦୦୦ ଭୋଟରେ ଆପ ପ୍ରାର୍ଥୀ ଗୁରୁମେଲ ସିଂଙ୍କୁ ପରାସ୍ତ କରିଛନ୍ତି। ଫଳରେ ଆପ୍‌ ଏବେ ସାଂସଦ ଶୂନ୍ୟ ହୋଇପଡ଼ିଛି। ଏହି ନିର୍ବାଚନ ଆପ୍‌ ଦଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ପଞ୍ଜାବ ବିଧାନସଭା ପୂର୍ବରୁ ବର୍ତ୍ତମାନ ମୁଖ୍ୟ ମନ୍ତ୍ରୀ ରହିଥିବା ଭଗୱନ୍ତ ସିଂ ମାନ୍‌ ହିଁ ଦଳର ଏକମାତ୍ର ସାଂସଦ ରହିଥିଲେ। ହେଲେ ସେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ସାଂସଦ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଏହାକୁ ଦୃଷ୍ଟିରେ ରଖି ସାଙ୍ଗରୁର ଲୋକସଭା କ୍ଷେତ୍ରରେ ବିଜୟୀ ହେବା ଆପ୍‌ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଥିଲା। କିନ୍ତୁ ଏଠାରେ ଦଳକୁ ପରାଜୟ ଭୋଗିବାକୁ ପଡ଼ିଛି। ପଞ୍ଜାବ ଗାୟକ ସିଦ୍ଧୁ ମସେୱାଲାଙ୍କ ହତ୍ୟା ଘଟଣା ଏହି ନିର୍ବାଚନକୁ ବିଶେଷ ଭାବେ ପ୍ରଭାବିତ କରିଥିବା କୁହାଯାଉଛି। ପଞ୍ଜାବରେ ମାନ୍‌ ସରକାର ଆସିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରନ୍ବୋକୁ ନିଷ୍ପତ୍ତି ନେଇଥିଲେ। ତେବେ ସିଦ୍ଧୁଙ୍କ ଠାରୁ ସୁରକ୍ଷା ପ୍ରତ୍ୟାହାର କରାଯିବାର ଗୋଟିଏ ଦିନ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ବିଷୟ ଆପ୍‌ ଦଳ ପାଇଁ ଏବେ ଭାରୀ ପଡ଼ିଥିବା କୁହାଯାଉଛି।

ବିଶେଷକରି ପଞ୍ଜାବରେ ଆଇନଶୃଙ୍ଖଳାକୁ ନେଇ ଆପ୍‌ ସରକାର ଏବେ ଲୋକଙ୍କ ସ୍କାନରରେ ରହିଛନ୍ତି। ସିଦ୍ଧୁଙ୍କ ହତ୍ୟା ପରଠାରୁ ମାନ ସରକାରଙ୍କ ନିଷ୍ପତ୍ତିକୁ ନେଇ ଭୋଟର ଅସନ୍ତୁଷ୍ଟ ଥିବା ଜଣାପଡିଛି।ତେବେ ୨୯ ବର୍ଷ ବ୍ୟବଧାନ ପରେ ସିମରଞ୍ଜିତ ସିଂ ମାନ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ୧୯୯୯ରେ ସାଙ୍ଗରୁରରୁ ସାଂସଦ ରହିଥିଲେ। ଏହା ପରେ ସମସ୍ତ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ​​ତାଙ୍କୁ କ୍ରମାଗତ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଯେଉଁମାନେ ଆମ୍ ଆଦମୀ ପାର୍ଟିର କୁଶାସନ ବିରୋଧରେ ମୋ ସହ ଛିଡା ହୋଇଥିଲେ ଏହି ବିଜୟ ସେହିମାନଙ୍କର ବୋଲି ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମାନ କହିଛନ୍ତି। ଲୋକମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବାରୁ ଆପ୍‌କୁ ଠିକଣା ସମୟରେ ଉଚିତ ଶିକ୍ଷା ଦେଇଛନ୍ତି ବୋଲି ସେ କହିଛନ୍ତି।

Leave A Reply

Your email address will not be published.