ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୫ ତାରିଖ ପରେ ଗର୍ଭବତୀଙ୍କୁ ମିଳିବ କୋଭିଡ୍ ଟିକା, ଆଜି ଆସିବ ଗାଇଡଲାଇନ୍

ଖୁବ୍ ଶୀଘ୍ର ଗର୍ଭବତୀଙ୍କୁ ମିଳିବ କରୋନା ଟିକା। ଜୁଲାଇ ୧୫ ତାରିଖ ପରେ ଗର୍ଭବତୀ ମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ଏ ନେଇ ଜାରି ହେବ ଗାଇଡଲାଇନ୍ । ଯେଉଁ ଜିଲ୍ଲାରେ ପୂର୍ବରୁ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ଦିଆଯିବ । ୧୫ ତାରିଖ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତାଲିମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗର୍ଭବତୀଙ୍କୁ କୋଭିଡ୍‌ ହେଲେ, ଅଧିକ ବିପଦ ଆଶଙ୍କା ଥିବାରୁ ବିଶେଷଜ୍ଞମାନେ ଗର୍ଭବତୀଙ୍କୁ ଟିକା ଦେବାକୁ ପରାମର୍ଶ ଦେଇଛନ୍ତି । ଆଜି ସକାଳେ ୧ ଲକ୍ଷ ୭୩ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଟିକା ଅଭାବରୁ ୫ ଜିଲ୍ଲାରେ ଆଜି ଟିକାକରଣ ବନ୍ଦ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେପଟେ ଯେଉଁଠି କରୋନା ଅଧିକ ପରିମାଣରେ ଚିହ୍ନଟ ହୋଇଛି, ତାକୁ ସ୍ୱତନ୍ତ୍ର ଫୋକସ୍ କରିଛନ୍ତି ସରକାର । ସଂକ୍ରମଣ ବଢ଼ିବା ଓ କମିବା ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି । ୫ଟି ଉପକୂଳ ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ୪ ମାସ ଧରି ଡୋର୍ ଟୁ ଡୋର୍ ସର୍ଭେ କରୁଛନ୍ତି ସରକାର । ରୋଗୀ ଚିହ୍ନଟ ସହ ସଂଗରୋଧର ବ୍ୟବସ୍ଥା କରାଯାଉଛି ।

Leave A Reply

Your email address will not be published.