ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକରେ ନକଲି ମେଡିସିନ ପରେ ଆସିଲା ଏକ୍ସପାଏରୀ ମେଡିସିନ ଘଟଣା

କଟକ: କଟକରେ ନକଲି ମେଡିସିନ ପରେ ଏକ୍ସପାଏରୀ ମେଡିସିନ। ଏସସିବି ମେଡିକାଲ ପରିସରରେ ଥିବା କଲ୍ୟାଣୀ ମେଡିସିନ୍ ଷ୍ଟୋରରେ ଏକ୍ସପାଏରୀ ମେଡିସିନ୍ ବିକ୍ରି କରାଯାଉଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗ କରିଛନ୍ତି ନୟାଗଡ଼ର ପବିତ୍ର ପଣ୍ଡା । ତାଙ୍କ ଭଉଣୀ ୨ ମାସ ହେଲା ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ଆଜି ଡାକ୍ତରଙ୍କ ପରାମର୍ଶ ମୁତାବକ ସେ କଲ୍ୟାଣୀ ମେଡିସିନ ଷ୍ଟୋରରୁ ବିପି ମେଡିସିନ୍ କିଣିଥିଲେ । ମେଡିସିନର ବ୍ୟବହାର ତାରିଖ ଚାଲିଯାଇଥିଲା ବୋଲି ପରେ ଜଣାପଡିଥିଲା । ଏନେଇ ଷ୍ଟୋରରେ ଜଣାଇବା ପରେ ମେଡିସିନ୍ ନେଇ ଟଙ୍କା ଫେରାଇଥିଲା ଷ୍ଟୋର । ଏସସିବି ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରାଯିବ, ଡ୍ରଗ୍ ବିଭାଗକୁ ମଧ୍ୟ ଚିଠି ଲେଖାଯିବ ବୋଲି ଏସସିବି ପ୍ରଶାସନିକ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.