ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଦାନୀଙ୍କ ପରେ ହିଣ୍ଡେନ୍‌ବର୍ଗ ଟାର୍ଗେଟ୍‌ରେ ଟ୍ବିଟରର ସହ ପ୍ରତିଷ୍ଠାତା

ୱାଶିଂଟନ୍‌: ଆମେରିକାର ସର୍ଟ ସେଲିଂ କମ୍ପାନୀ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଗୌତମ ଆଦାନୀଙ୍କ ପରେ ଏବେ ଟ୍ୱିଟରର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସିଙ୍କୁ ଟାର୍ଗେଟ୍‌ କରିଛି। ହିଣ୍ଡେନ୍‌ବର୍ଗ ଜ୍ୟାକ୍ ଡୋର୍ସିଙ୍କ କମ୍ପାନୀ ‘ବ୍ଲକ୍‌ ଇଙ୍କ୍‌‘ ବିରୋଧରେ ବଡ଼ ଅଭିଯୋଗ ଆଣିଛି। ଏହି ରିପୋର୍ଟରେ ହିଣ୍ଡେନ୍‌ବର୍ଗ ଅଭିଯୋଗ କରିଛି ଯେ ଡୋର୍ସିଙ୍କ ପେମେଣ୍ଟ କମ୍ପାନୀ ‘ବ୍ଲକ୍‌ ଇଙ୍କ୍‌’ ଏହାର ଗ୍ରାହକ ଏବଂ ସରକାରଙ୍କ ସହ ଠକେଇ କରିଛି। ଦୁଇ ବର୍ଷର ଅନୁସନ୍ଧାନ ପରେ ହିଣ୍ଡେନ୍‌ବର୍ଗ ଏହି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ କରୋନା ମହାମାରୀ ସମୟରେ ହୋଇଥିବା ଜାଲିଆତି ହେତୁ ‘ବ୍ଲକ୍‌ ଇଙ୍କ୍‌’ର ସେୟାର ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। ଏହାପରେ ଜ୍ୟାକ୍ ଡୋର୍ସି ଏବଂ ବରିଷ୍ଠ କାର୍ଯ୍ୟନିର୍ବାହୀ ଜେମ୍ସ ମ୍ୟାକକେଲଭି ମିଳିତ ଭାବରେ ୧ ବିଲିୟନ ଡଲାର କିମ୍ବା ପ୍ରାୟ ୮୦୦୦ କୋଟି ଟଙ୍କା ମୂଲ୍ୟର ସେୟାର ବିକ୍ରି କରିଥିଲେ।

ହିଣ୍ଡେନ୍‌ବର୍ଗ ଦାବି କରିଛି ଯେ, ଜ୍ୟାକ୍‌ ଡୋର୍ସିଙ୍କ ନେତୃତ୍ବାଧୀନ ‘ବ୍ଲକ୍ ଇଙ୍କ୍‌’ ଭୁଲ୍ ଉପାୟରେ ନିଜ ୟୁଜର୍ସଙ୍କ ସଂଖ୍ୟା ବଢ଼ାଇଛି। ଅନ୍ୟପଟେ ନିଜ ଗ୍ରାହକ ଅଧିଗ୍ରହଣ ଖର୍ଚ୍ଚକୁ ମଧ୍ୟ କମ୍ପାନୀ କମ୍‌ କରିଛି। ତେ​‌ବେ କମ୍ପାନୀ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ ହିଣ୍ଡେନ୍‌ବର୍ଗ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା କହିଛି। ତେବେ ହିଣ୍ଡେନ୍‌ବର୍ଗର ଏହି ରିପୋର୍ଟର ବଡ଼ ପ୍ରଭାବ ପଡ଼ିଥିବାର ଦେଖାଯାଉଛି। ରିପୋର୍ଟ ଆସିବା ପରେ ଡୋର୍ସିଙ୍କ ସମ୍ପତ୍ତିରେ ଗୁରୁବାର ୫୨୬.୪ ମିଲିୟନ ଡଲାର ହ୍ରାସ ହୋଇଛି। ଏହି ହ୍ରାସ ଗତବର୍ଷ ମେ’ ମାସ ପରେ ତାଙ୍କର ସମୁଦାୟ ସମ୍ପତ୍ତିରେ ଆସିଥିବା ଗୋଟିଏ ଦିନରେ ସବୁଠୁ ବଡ଼ ହ୍ରାସ। ବ୍ଲୁମ୍‌ବର୍ଗ ବିଲିଓନର୍ସ ଇଣ୍ଡେକ୍ସ ଅନୁଯାୟୀ ୧୧ ପ୍ରତିଶତ ହ୍ରାସ ପରେ ଏବେ ତାଙ୍କର ସମ୍ପତ୍ତି ୪.୪ ବିଲିୟନ ଡଲାରକୁ ଖସିଆସିଛି।

ହିଣ୍ଡେନ୍‌ବର୍ଗ ଅନୁଯାୟୀ, କୋଭିଡ ସମୟରେ ଜାଲିଆତି କରି ସରକାରୀ ଯୋଜନାର ସୁଯୋଗ ନେଇଥିବା ପେମେଣ୍ଟ କମ୍ପାନୀ ‘ବ୍ଲକ ଇଙ୍କ୍‌’ ସେମାନଙ୍କୁ ସାହାଯ୍ୟ କରିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୯େର ‘ବ୍ଲକ୍ ଇନ୍’ ଜ୍ୟାକ୍ ଡୋର୍ସିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। କମ୍ପାନୀ ବ୍ୟବସାୟୀ ଏବଂ ଗ୍ରାହକଙ୍କୁ ଦେୟ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଥାଏ। ଏହି କମ୍ପାନୀ ପୂର୍ବରୁ ସ୍କୋୟାର ନାମରେ ଜଣାଶୁଣା। ‘ବ୍ଲକ୍ ଇଙ୍କ୍‌’ର ବଜାର ପୁଞ୍ଜି ହେଉଛି ୪୪ ବିଲିୟନ ଡ଼ଲାର ଅର୍ଥାତ୍ ୩.୬୧ ଲକ୍ଷ କୋଟି ଟଙ୍କା। ହିନ୍ଦେନବର୍ଗ ଅନୁସନ୍ଧାନ ରିପୋର୍ଟରେ ଭାରତୀୟ ମୂଳ ନିବାସୀ ଅମୃତା ଅହୁଜାଙ୍କ ନାମ ମଧ୍ୟ ନିଆଯାଇଛି। ଅମୃତା ହେଉଛନ୍ତି ‘ବ୍ଲକ୍‌ ଇଙ୍କ୍‌’ର ମୁଖ୍ୟ ଆର୍ଥିକ ଅଧିକାରୀ (ସିଏଫ୍‌ଓ)।

Leave A Reply

Your email address will not be published.