ନାଇଟ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା

ପୁରୀ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ଲାଗି କଟକଣାକୁ କଡାକଡି କରିଛନ୍ତି ସରକାର । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ଆଜିିଠାରୁ ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ସେହିପରି ଏସବୁ ଜିଲ୍ଲାର ସହରାଞ୍ଚଳରେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହୋଇଛି । ଆଜିଠାରୁ ପ୍ରତି ଶନିବାର ଓ ରବିବାର ହେବ ସଟ ଡାଉନ ହେବ। ତେବେ ପୁରୀ ସହରରେ ନାଇଟ କର୍ଫ୍ୟୁକୁ କଡା଼କଡ଼ି କରିବା ପାଇଁ ପ୍ରସ୍ତୁତି ଭିତରେ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ।

ନାଇଟ କର୍ଫ୍ୟୁ ପାଇଁ ଆଜି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ଯିବାକୁ ବାରଣ କରାଯାଇଛି । ରାତି ୮ଟା ପରେ ଆଉ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କୁ ଛଡ଼ା ଯିବନାହିଁ। ରାତି ୮ଟାରେ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଥିବା ସ୍ୱତନ୍ତ୍ର ବ୍ୟରିକେଡ଼କୁ ସିଲ କରାଯିବ । ରାତି ସାଢେ ୮ଟା ସୁଦ୍ଧା ଶ୍ରୀମନ୍ଦିରରୁ ଭକ୍ତ ମାନଙ୍କୁ ଖାଲି କରାଯିବ । ଏନେଇ ସୁଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସେପଟେ ଆସନ୍ତା ସପ୍ତାହରୁ ଶ୍ରୀମନ୍ଦିରରେ ଶନିବାର ଓ ରବିବାର ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

Leave a comment