ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଚର୍ଚ୍ଚାରେ ବରଗଡ଼ ଜିଲ୍ଲା : ସିଂହ ପରେ ଏବେ ବାଘର ଚର୍ଚ୍ଚା

ଡ଼େବ୍ରିଗଡ଼ ଅଭୟାରଣ୍ୟରେ ରୟାଲ ବେଙ୍ଗଲ ଟାଇଗରର ସନ୍ଧାନ

ବରଗଡ଼ : ପଦ୍ମପୁର ଉପନିର୍ବାଚନ ଯୋଗୁଁ ରାଜ୍ୟବାସୀ ବର୍ଷା ସିଂ, ସୁଶାନ୍ତ ସିଂଙ୍କ ବକ୍ତବ୍ୟ ଓ ରାଜନୈତିକ ପ୍ରସଙ୍ଗ ଯୋଗୁଁ ବରଗଡ଼ ଜିଲ୍ଲା ଚର୍ଚ୍ଚାରେ ରହିଆସିଛି । ତେବେ ଏହି ‘ସିଂହ’ ପ୍ରସଙ୍ଗ ନ ସରୁଣୁ ଏବେ ‘ବାଘ’ ଯୋଗୁଁ ବରଗଡ଼ ଜିଲ୍ଲା ରାଜ୍ୟରେ ପୁଣିଥରେ ଚର୍ଚ୍ଚାକୁ ଆସିଛି । କାରଣ ଡ଼ିସେମ୍ବର ୧ ତାରିଖ ଦିନ ବରଗଡ଼ ଜିଲ୍ଲାର ଡ଼େବ୍ରିଗଡ଼ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ କ୍ୟାମେରାରେ ମହାବଳ ବାଘର ଫଟୋ ଉଠିଥିବା ଏବଂ ତାହା ମଧ୍ୟ ମହାବଳ ବାଘ (ରୟାଲ ବେଙ୍ଗଲ ଟାଇଗର)ର ବୋଲି ଜଣାପଡ଼ିଛି । ଡ଼େବ୍ରିଗଡ଼ ୱାଇଲ୍ଡ ଲାଇଫ ଡ଼ିଭିଜନର ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସ ମଧ୍ୟ ଏହାକୁ ମହାବଳ ବାଘର ଫଟୋ ବୋଲି ସ୍ୱିକାର କରିଛନ୍ତି ।

ବରଗଡ଼ ଜିଲ୍ଲାର ଡ଼େବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ସମଗ୍ର ରାଜ୍ୟରେ ଚାଞ୍ଚଳ୍ୟ ସୃଷ୍ଟି କରିଛି । କାରଣ ଏ ପର୍ଯ୍ୟନ୍ତ ଓଡ଼ିଶାରେ ମହାବଳ ବାଘର ଉପସ୍ଥିତି ଜଣା ପଡ଼ି ନଥିଲା । ଡ଼େବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ପୂର୍ବରୁ ସ୍ଥାନୀୟ ଜନ ସାଧାରଣ ଚର୍ଚ୍ଚା କରୁଥିଲେ ମଧ୍ୟ ଜଙ୍ଗଳ ବିଭାଗ ଏହାର ଅସ୍ୱୀକାର କରି ଆସୁଥିଲା । କାରଣ ଜଙ୍ଗଳବିଭାଗ ତାର ପାଦଚିହ୍ନ କିମ୍ବା ଫଟୋଗ୍ରାଫ ପାଇ ପାରି ନଥିଲା । ମାତ୍ର ୨୦୧୮ରେ ଭୁବନେଶ୍ୱର ସ୍ପେଶାଲ ଟାସ୍କ ଫୋର୍ସ ମୃତ ମହାବଳ ବାଘର ନଖ ଜବତ କରିବା ସାଙ୍ଗକୁ ମହାବଳ ବାଘର ପୋତା ଯାଇଥିବା ମୃତ ଶରୀର ଉଦ୍ଧାର କରିବା ପରେ ଡ଼େବ୍ରିଗଡ଼ ଅଭୟାରଣ୍ୟରେ ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତି ଜଣାପଡ଼ିଥିଲା ।

୧ ଡିସେମ୍ବର ୨୦୨୨ ସନ୍ଧ୍ୟାରେ ଅପରାହ୍ନ ୫ ଟା ସମୟରେ ଟାଇଗର ଜଙ୍ଗଲ କର୍ମଚାରୀ, ସଫାରି ଗାଡି ଏବଂ ପର୍ୟ୍ୟଟକଙ୍କ ମଧ୍ୟରେ ଅଭୟାରଣ୍ୟର ପ୍ରବେଶ ପଏଣ୍ଟ ଦେଇ ରାଜାଙ୍କ ପରି ଦେବ୍ରିଗଡ ଅଭୟାରଣ୍ୟରେ ପ୍ରବେଶ କରୁଥିବା ଦେଖାଯାଇଥିଲା । ଏହା କୌଣସି ଭୟ ଏବଂ ବିଶୃଙ୍ଖଳା ବିନା ଦୀର୍ଘ ସମୟ ଧରି ଜଙ୍ଗଲ ରାସ୍ତାରେ ଚାଲିଲା,ଜଙ୍ଗଲରେ ପ୍ରବେଶ କରିବା ପୂର୍ବରୁ ସଫାରି ଯାନକୁ ଫଟୋଗ୍ରାଫିକ୍ ପୋଜ୍ ଦେଇ ପ୍ରାୟ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଅଭୟାରଣ୍ୟର ପାଟ୍ରୋଲିଂ ୟୁନିଟ୍ ଏବଂ ତାଙ୍କଠାରୁ ୧୦୦ ମିଟର ଦୂରରେ ଥିବା ସଫାରି ଗାଡିକୁ ଚାହିଁ ରହିଥିଲା ।ଏହି ଘଟଣା ପରେ ଜଙ୍ଗଳ ବିଭାଗ ତାହାକୁ ଖୋଜିବା ପାଇଁ ତତ୍ପରତା ପ୍ରକାଶ କରିବା ସହ ଦିନରାତି ଏକ କରି ଦେଇଛି । ୱାଇଲଡ଼ ଲାଇଫ ଡ଼ିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ନିର୍ଦ୍ଦେଶରେ ହୀରାକୁଦ ଫେରିଫେରି ଅଞ୍ଚଳ ସମେତ କୋର ଏରିଆରେ ଜଙ୍ଗଳ ବିଭାଗ କର୍ମଚାରୀ ମାନେ ମହାବଳ ବାଘ ଖୋଜିବା ଆରମ୍ଭ କରି ଦେଇଛନ୍ତି ।ଟାଇଗରର ପ୍ରବେଶ ପରେ ଡେବ୍ରିଗଡ କର୍ତ୍ତୃପକ୍ଷ ଟାଇଗର ମନିଟରିଂ ପ୍ରକ୍ରିୟା ପ୍ରସ୍ତୁତ କରିଛନ୍ତି । ୨୪/୭ ପାଟ୍ରୋଲିଂ ୟୁନିଟ୍ ଗୁଡିକ ଗ୍ରାମଗୁଡିକର ଅଭୟାରଣ୍ୟର ପାରିପାର୍ଶ୍ୱରେ ପାଟ୍ରୋଲିଂ କରୁଛନ୍ତି, ଗୁପ୍ତଚର ନେଟୱାର୍କ ଦୃଢ଼ ଭାବରେ କାର୍ଯ୍ୟ କରୁଛି ।

ଦୁଇଟି ଟାଇଗର ମନିଟରିଂ ୟୁନିଟ୍ ଅଭୟାରଣ୍ୟ ଭିତରେ ଏବଂ ଅନ୍ୟଟି ହିରାକୁଦର ସମ୍ବଲପୁର ଡିଭିଜନ୍ କାର୍ଯ୍ୟାଳୟରେ ସ୍ଥାପନ କରାଯାଇଛି । ପାଟ୍ରୋଲିଂ ଆପ୍ ସହିତ ସମସ୍ତ ୧୨ ସଂଖ୍ୟକ ପାଟ୍ରୋଲିଂ ଫୋର୍ସ ଦିନରାତି ଅଭୟାରଣ୍ୟ ଭିତରେ ପାଟ୍ରୋଲିଂ କରୁଛନ୍ତି। ଅଭୟାରଣ୍ୟ ଭିତରେ ଦେଖାଯାଇଥିବା ଯେ କୌଣସି ସାଧାରଣ ନାଗରିକଙ୍କୁ ଗିରଫ କରାଯିବ କାରଣ ଅଭୟାରଣ୍ୟରେ ପ୍ରବେଶ ଏକ ଅସମର୍ଥ ଅପରାଧ ଅଟେ । ବରଗଡ ଏବଂ ନିକଟବର୍ତ୍ତୀ ଜିଲ୍ଲାର ସମସ୍ତ ସନ୍ଦିଗ୍ଧ ପୋଚରଙ୍କ ମୋବାଇଲ ଏବଂ ସ୍ଥାନ, ଡେବ୍ରିଗଡ ଆଖପାଖ ଗାଁରେ ପୋଚର, ପଶୁପାଳନ ଚରାଇବା, ସନ୍ଦିଗ୍ଧ ତାଲିକାରେ ଥିବା ଦୋକାନୀ ଇତ୍ୟାଦି ବନ୍ୟଜନ୍ତୁ ବିଭାଗ ଦ୍ୱାରା ନଜରରେ ରହିଛି ।ସମଗ୍ର ଅଭୟାରଣ୍ୟରେ ୧୦୦ ରୁ ଅଧିକ କ୍ୟାମେରା ଟ୍ରାପ୍ ସ୍ଥାପିତ ହୋଇଛି, ୧୨ ଟି ପେଟ୍ରୋଲିଙ୍ଗ ଦଳ ୨୪/୭ କାର୍ଯ୍ୟରେ ଅଛନ୍ତି ଏବଂ ଅଭୟାରଣ୍ୟରେ ସୁରକ୍ଷା ଅଧିକ ଦଢ଼ କରାଯାଇଛି ।

ତେବେ ଡ଼ିସେମ୍ବର ପହିଲା ତାରିଖ ସନ୍ଧ୍ୟାରେ ମୋବାଇଲ ଯୋଗେ ମହାବଲ ବାଘର ଫଟୋ ଉଠାଯାଇଥିବାରୁ ବାଘର ସ୍ପଷ୍ଟ ଫଟୋ ଏ ପର୍ଯ୍ୟନ୍ତ ମିଳିନାହିଁ । ଜଙ୍ଗଲ ବିଭାଗ ଶତାଧିକ ଟ୍ରାପ କ୍ୟାମେରା ଲଗାଇଥିଲେ ମଧ୍ୟ ଅଧିକାଂଶ ଟ୍ରାଫ କ୍ୟାମେରାରେ ବ୍ୟାଟେରୀ ଚାର୍ଜ ନଥିବା କାରଣରୁ ଜଙ୍ଗଳ ବିଭାଗ ଏ ପର୍ଯ୍ୟନ୍ତ ମହାବଳ ବାଘର ସ୍ୱଷ୍ଟ ଚିତ୍ର ପାଇ ପାରି ନଥିବା ଜଣାପଡ଼ିଛି । ବରଗଡ଼ ଅଗ୍ରଗାମୀ ବାୟୋ ଡ଼ାଇଭରସିଟି ସେଲର ସୂଚନା ଅନୁଯାୟୀ ସାଧାରଣତଃ ମହାବଳ ବାଘର ପିଠିରେ ଥିବା କଲା ରଙ୍ଗର ଧାରରୁ ତାହାକୁ ଚିହ୍ନଟ କରାଯାଇଥାଏ । ଏବଂ ଯୁବ ଅଣ୍ଡିରା ବାଘ ମାନେ ତାଲ ମୂଲ ଗୋଷ୍ଠୀ ଛାଡ଼ି ଅନ୍ୟ ଉପଯୁକ୍ତ ସ୍ଥାନର ଅନ୍ୱେଷଣ କରିଥାନ୍ତି ।ଏଣୁ ଡ଼େବ୍ରିଗଡ଼ ଅଭୟାରଣ୍ୟରେ ଦେଖାଯାଇଥିବା ଏହି ମହାବଳ ବାଘଟି ମଧ୍ୟପ୍ରଦେଶର କାହ୍ନା ଅଞ୍ଚଳ ଦେଇ ଅଚାନକ ମାର୍ଗ ଟାଇଗର ରିଜର୍ଭ ଫରେଷ୍ଟ ଦେଇ ଡ଼େବ୍ରୀଗଡ଼କୁ ପହଞ୍ଚିଥିବାର ସମ୍ଭାବନା ରହିଛି । ଏହା ବ୍ୟତିତ ଆନ୍ଧ୍ରପ୍ରଦେଶ କାଙ୍ଗେରଘାଟି ନେସନାଲ ପାର୍କ ଦେଇ ବରଗଡ଼ ଜିଲ୍ଲାକୁ ଆସିବାର ସମ୍ଭାବନା ରହିଛି । କାରଣ ବିଗ କ୍ୟାଟ ଫେମିଲିର ଏହି ଜୀବ ଗୁଡ଼ିକ ୬୦୦ରୁ ୮୦୦ କିଲୋମିଟର ପଥ ଅତିକ୍ରମ କରିବାର ରେକର୍ଡ଼ ରହିଛି । ଏଣୁ ଜଙ୍ଗଲ ବିଭାଗ ପାଖରେ ତାର ସ୍ୱଷ୍ଟ ଚିତ୍ର ନ ମିଳିବା ପର୍ଯ୍ୟନ୍ତ ଦେଖାଯାଇଥିବା ବାଘଟିର ସଠିକ ବୟସ ଓ ଲିଙ୍ଗ ସ୍ପଷ୍ଟ ଜଣାପଡ଼ିବ ନାହିଁ । କେବଳ ତାର ପ୍ରବାସ ଓ ଉପସ୍ଥିତିକୁ ନେଇ ଏହା ଏକ ଅଣ୍ଡିରା ମହାବଳ ବାଘ ବୋଲି କୁହାଯାଇ ପାରିବ । ତେବେ ସେ ଯାହା ହେଉ ନାଁ କାହିଁକି ବରଗଡ଼ ଜିଲ୍ଲାରେ ମହାବଳ ବାଘର ଉପସ୍ଥିତି ଓଡ଼ିଶାର ଜୈବ ସମ୍ପଦ ପାଇଁ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧୀ ବୋଲି କୁହାଯାଇ ପାରିବ ।

Leave A Reply

Your email address will not be published.