ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ଅଗଷ୍ଟ୧୪ରୁ ୧୬ ମଧ୍ୟରେ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଗତ ବର୍ଷ ଅଗଷ୍ଟ ୨୧ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ସପ୍ତାହକ ପୂର୍ବରୁ ଆରମ୍ଭ ହେବ । ଏଥର ୫୫ହଜାରରୁ ଅଧିକ ସିଟ୍‌ ବୃଦ୍ଧି ପାଇଁ ଆବେଦନ ହୋଇଛି । ତେବେ ବିଜ୍ଞାନ ପାଇଁ ଲାବରେଟୋରୀ ସମସ୍ୟା ହୋଇପାରେ । ତେଣୁ ଏ ସବୁର ଭିତ୍ତିଭୂମି ଯାଞ୍ଚ ଚାଲିଛି । ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା । ସେଲ୍ଫ ଫାଇନାନ୍ସିଂ କଲେଜର ଅଧିକ ଯାଞ୍ଚ ହେଉଛି । ସେମାନେ ଲାବରେଟୋରୀ ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି । ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, SAMS ୱେବସାଇଟରେ ତଥ୍ୟ ଉପଲବ୍ଧ ହେବ ।

Leave A Reply

Your email address will not be published.