bitcoin
Bitcoin (BTC) 2,286,065.02 0.78%
ethereum
Ethereum (ETH) 142,274.88 6.62%
tether
Tether (USDT) 77.50 0.00%
usd-coin
USD Coin (USDC) 77.59 0.11%
bnb
BNB (BNB) 24,022.52 5.29%
xrp
XRP (XRP) 30.48 3.23%
binance-usd
Binance USD (BUSD) 77.66 0.21%
cardano
Cardano (ADA) 37.52 6.12%
solana
Solana (SOL) 3,425.14 9.29%
dogecoin
Dogecoin (DOGE) 6.10 5.85%

ଶ୍ରୀମନ୍ଦିର ରୋଷଶାଳାରେ ଚୁଲା ଭଙ୍ଗାରୁଜା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଗଲା ଏତଲା

ପୁରୀ: ଶ୍ରୀମନ୍ଦିର ରୋଷଶାଳାରେ ଚୁଲା ଭଙ୍ଗାରୁଜା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଥାନାରେ ଏତଲା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ, ଶ୍ରୀମନ୍ଦିର ରୋଷଶାଳାରେ ପ୍ରାୟ ୪୦ଟି ଚୁଲା ଭଙ୍ଗାରୁଜା ହୋଇଥିଲା । ଶନିବାର ରାତିରେ କେହି ଏହାକୁ ଭାଙ୍ଗିଥିବା ଅନୁମାନ କରାଯାଉଛି । ରବିବାର ସକାଳେ ଏହା ଜଣାପଡିଥିଲା । ତେବେ କିଏ ଏବଂ କେଉଁଥିପାଇଁ ଚୁଲା ଭଙ୍ଗାରୁଜା କରିଛି ତାହା ସ୍ପଷ୍ଟ ଜଣାପଡି ନାହିଁ । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କନୱର ବିଶାଲ ସିଂ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ମନ୍ଦିରକୁ ଯାଇ କିଭଳି ଏବଂ କେଉଁ ପରିସ୍ଥିତିରେ ରୋଷଘର ଚୁଲା ଭଙ୍ଗାରୁଜା ହୋଇଛି ତାହା ଅନୁଧ୍ୟାନ କରିଥିଲେ । ଉନ୍ନୟନ ପ୍ରଶାସକ ଜେନା କହିଛନ୍ତି, ରୋଷଶାଳାରେ ରେକର୍ଡଭୁକ୍ତ ୨୪୦ଟି ଚୁଲା ରହିଛି । ସେଥିମଧ୍ୟରୁ ୪୦ଟିକୁ କେହି ଭାଙ୍ଗି ଦେଇଛନ୍ତି, ଯେଉଁଥିରେ ୨ଟି କୋଠ ଭୋଗ ଚୁଲି ରହିଛି ।

Leave a comment