ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଜେଇ ହେଉଛି ୟୁନିଟ୍‍-୩ ପ୍ରଦର୍ଶନୀ ପଡ଼ିଆ: ୨୩ରୁ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା’

ଭୁବନେଶ୍ୱର: ଚଳିତବର୍ଷ ୟୁନିଟ୍‍-୩ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ହେବ ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୨’। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ମେ ମାସ ୫ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିବେ। ଏହି ମେଳା ପୂର୍ବାହ୍ନ ଅପରାହ୍ନ ୩ଟାରୁ ରାତି ୯ଟା ୩୦ ଯାଏ ଚାଲିବ।

ପ୍ରତିବର୍ଷ ଆଦିବାସୀ ମେଳା ଜାନୁଆରୀ ମାସ ୨୬ ତାରିଖରୁ ଆରମ୍ଭ ହୋଇ ୧୫ଦିନ ଅନୁଷ୍ଠିତ ହେଉଥିବା ବେଳେ ଏଥର ୧୦ଦିନ ଯାଏ ଚାଲିବ। ଚଳିତବର୍ଷ ପୂର୍ବ ନିର୍ଦ୍ଧାରିତ ସମୟରେ ହେବାକୁ ସ୍ଥିର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣକୁ ଲକ୍ଷ୍ୟ କରାଯାଇ ସ୍ଥଗିତ କରାଯାଇଥିଲା। ତେବେ ପୁଣିଥରେ ଚଳିତମାସ ୨୩ ତାରିଖରୁ ମେଳା ଆରମ୍ଭ ହେବ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଗବେଷଣା ଓ ତାଲିମ ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ସୂଚନା ଦେଇଛନ୍ତି। ମେଳାରେ ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ୬୨ଶ୍ରେଣୀର ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ପ୍ରତିବର୍ଷ ରାଜଧାନୀ ଭୁବନେଶ୍ୱରରେ ‘ଆଦିବାସୀ ମେଳା’ ଆୟୋଜନ କରାଯାଇଥାଏ।

Leave A Reply

Your email address will not be published.