ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୌତମ ଆଦାନୀଙ୍କ କମ୍ପାନୀ ସେୟାର ୨୦ ପ୍ରତିଶତ ଯାଏଁ ହ୍ରାସ

ମୁମ୍ୱାଇ: ଏସିଆର ଅନ୍ୟତମ ଧନୀ ତଥା ଦେଶର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କୁ ଶକ୍ତ ଝଟ୍‌କା । ଆଦାନୀ ପରିବାର ଦ୍ୱାରା ପରିଚାଳିତ ଆଦାନୀ ଗ୍ରୁପର ଏକାଧିକ କମ୍ପାନୀର ସେୟାର ଆଜି ହଠାତ୍ ୨୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ସୂଚନା ଅନୁସାରେ ନ୍ୟାସନାଲ୍ ସିକ୍ୟୁରିଟିଜ୍ ଡିପୋଜିଟୋରି ଲିମିଟେଡ୍ ବା NSDL ପକ୍ଷରୁ ତିନିଟି ବିଦେଶୀ ଫଣ୍ଡ ସଂସ୍ଥାର ଆକାଉଣ୍ଟକୁ ଫ୍ରିଜ୍ କରାଯିବା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଅଲବୁଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ APMS ଇନଭେଷ୍ଟମେଣ୍ଟ ଫଣ୍ଡର ଆକାଉଣ୍ଟକୁ ଫ୍ରିଜ୍ କରିଛି NSDL । ଏମାନଙ୍କ ପାଖରେ ଆଦାନୀ ଗ୍ରୁପର ୪୩ ହଜାର ୫ ଶହ କୋଟି ଟଙ୍କାର ସେୟାର ରହିଛି । ସେମାନେ ଏହାକୁ ବିକ୍ରି କରିବାର ସମ୍ଭାବନା ମଧ୍ୟ ରହିଛି । ଆଦାନୀ ଏଣ୍ଟରପ୍ରାଇଜେସରେ ୬.୮୨%, ଆଦାନୀ ଟ୍ରାନ୍ସମିସନରେ ୮.୦୩%, ଆଦାନୀ ଟୋଟାଲ ଗ୍ୟାସରେ ୫.୯୨%, ଆଦାନୀ ଗ୍ରୀନରେ ୩.୫୮% ସେୟାର ଏହି ୩ଟି ଫଣ୍ଡ ଏଜେନ୍ସିର ଥିଲା । ଗତ ବର୍ଷକ ମଧ୍ୟରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀରେ ୬୦୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଥିଲା । ଆଜି ଆଦାନୀ ପୋର୍ଟର ସେୟାର ମଧ୍ୟ ୧୮ ପ୍ରତିଶତ ହ୍ରାସ ହୋଇଛି । ଚର୍ଚ୍ଚା ହେଉଛି ଯେ, ମେ ୩୧ ପୂର୍ବରୁ NSDL ଏ ସବୁ ଫ୍ରିଜ୍ କରିଥିଲା । ଯଦି ୧୪ ଦିନ ପୂର୍ବରୁ ଫ୍ରିଜ୍ କରାଯାଇଥିଲା, ତେବେ ଆଜି କାହିଁକି ଏତେ ବଡ଼ ହ୍ରାସ ଦେଖିବାକୁ ମିଳିଲା ବୋଲି ମାର୍କେଟ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି ।

Leave A Reply

Your email address will not be published.